Friday, October 18, 2024
29.5 C
Odisha

    ଭଦ୍ରକ ଓ ଧାମନଗରରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

    ଆଗକୁ ପଢନ୍ତୁ

    ଭଦ୍ରକ: ଭଦ୍ରକ ଓ ଧାମନଗରରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ଦୀର୍ଘ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସୁବିଧା । ଗତ ୨୭ ତାରିଖରେ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ନେଇ ଭଦ୍ରକରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ୨୮ ତାରିଖରୁ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରି ଦେଇଥିଲା ପ୍ରଶାସନ । କିନ୍ତୁ ଏବେ ବି ଜାରି ରହିଛି ୧୬୩ ଧାରା । କଟକଣା ଜାରି ଅଞ୍ଚଳରେ ରାତି ୮ଟା ପର୍ଯ୍ୟନ୍ତ ଖୋଲୁଛି ଦୋକାନ ବଜାର ।

    ଗତକାଲି ରାତିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଣ୍ଟରନେଟ ସେବା ଆରମ୍ଭ ପାଇଁ ନିଷ୍ପତି ହୋଇଥିଲା । ଗତ ୨୭ ତାରିଖରେ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ନେଇ ଭଦ୍ରକରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ ନ୍ଥିଆ ପୋଲ ଉପରେ ମୁହାଁମୁହିଁ ହୋଇଥିଲେ ଦୁଇ ସଂପ୍ରଦାୟ । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଟେକାପଥର ମାଡ଼ ସହ ଗାଡ଼ି ଭାଙ୍ଗିଥିଲେ ଉତ୍ତ୍ୟକ୍ତ ଲୋକେ । ଏବେ କିନ୍ତୁ ସ୍ବାଭାବିକ ହେବାରେ ଲାଗିଛି ସ୍ଥିତି । ଏବେବି ଭଦ୍ରକରେ୧୨ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଏକ କମ୍ପାନୀ RAF ପୁରୁଣାବଜାରରେ ମୁତୟନ ରହିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଏକ କମ୍ପାନୀ RAF ନିୟୋଜିତ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ