Wednesday, October 23, 2024
21.7 C
Odisha

    ମେଂଟ ଚର୍ଚ୍ଚା ଭିତରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସ ଡକରା: ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ସୁପ୍ରିମୋଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ମେଂଟକୁ ନେଇ ହଟିନି ସସପେନ୍ସ । ଦ୍ୱନ୍ଦରେ ନେତା ଓ କର୍ମୀ । କଣ ହେବ ରାଜନୈତିକ ଚିତ୍ର । ମେଂଟ ହେବ ନା ଏକା ଲଢିବେ ବିଜେଡି ଓ ବିଜେପି । ଏସବୁ କଳ୍ପନା ଜଳ୍ପନା ଭିତରେ ବିଜେଡି ଆରମ୍ଭ କରିଛି ଟିକେଟ ଚୟନ ପ୍ରକ୍ରିୟା । ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ଡାକି ବିଜେଡି ସୁପ୍ରିମୋ ଟିକେଟ ଚୟନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । କେଉଁ ନିର୍ବାଚନ ମଣ୍ଡଳୀରେ କେମିତି ରହିଛି କାହାର ସଂଗଠନ, କାହାର ଲୋକ ପ୍ରିୟତା କମିଛି , ସର୍ଭେ ରିପୋର୍ଟ କଣ କହୁଛି ସେ ବାବଦରେ ବିଶେଷ ଭାବରେ ଆଲୋଚନ କରିଛନ୍ତି । ଏହି ସବୁ ନିର୍ବାଚନ ମଣ୍ଡଳୀର ବିଧାୟକ, ପର୍ଯ୍ୟବେକ୍ଷକ, ଓ ଆଶାୟୀ ନେତାଙ୍କୁ ଡାକି ଆଗାମୀ ନର୍ବାଚନ ପାଇଁ ସଂଗଠନ ମଜୁବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ । ନବୀନ ନିବାସରେ ଆଗାମୀ ନିର୍ବାଚନ ଓ ରଣନୀତି ସଂକ୍ରାନ୍ତରେ ଆଲୋଚନା ହୋଇଥଲା । କିନ୍ତୁ ନେତାଙ୍କ ଭିତରେ ଥିବା ଦ୍ୱନ୍ଦ, ବିଜେଡି ଏକା ଲଢିବ ନା ମେଂଟ ହେବ , ସେ ବାବାଦରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ବି କୌଣସି ସୁରାକ ପାଇ ନଥିଲେ । ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରର ସାଂଗଠନିକ ସମୀକ୍ଷା ପରେ ଖୁବ ଶିଘ୍ର ଟିକେଟ କାର୍ଡ ଖୋଲିବ । ସେହି ପ୍ରକ୍ରିୟା ଭିତରେ ସୋମବାର ପୁରୀରୁ ଅଭିଯାନ ଆରମ୍ଭ କରିଛି ବିଜେଡି । ୨୦୧୯ ନିର୍ବାଚନରେ ପୁରୀର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୭ ନିର୍ବାଚନ ମଣ୍ଡଳୀରୁ ବିଜେପି ହାତ ୨ଟି ଯାଇଥିବା ବେଳେ ବିଜେଡି ୫ଟି ବିଧାନସଭା କବଜା କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ