Wednesday, January 8, 2025
26.6 C
Odisha

    ଚଳିତ ବର୍ଷ କମ ରହିବ ଶୀତର ପ୍ରକୋପ, ଡିସେମ୍ବରରେ ତାପମାତ୍ରା ସ୍ଵାଭାବିକ ଠାରୁ ରହିବ ଅଧିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଚଳିତବର୍ଷ ଜାଡରୁ ମିଳିବ ତ୍ରାହି । ରାଜ୍ୟରେ ଶୀତ ଲହରୀ ଆଦୌ ରହିବନି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି । ଆସନ୍ତା ତିନି ମାସ ଯାଏ ରାତି ତାପମାତ୍ରା ଭଳି ଦିନ ରହିବ । ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଦିନ ତାପମାତ୍ରା ଅଧିକ ରହିବ ।

    ସେହିଭଳି ଏ ମାସରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ଆଇଏମ୍ ଡି ଆକଳନ କରିଛି । ୩ରୁ ୫ ତାରିଖ ଯାଏ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ୬ରୁ ୮ ତାରିଖ ଯାଏ ପାଗ ଶୁଖିଲା ରହିବ । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

    ସେହିଭଳି ଚଳିତ ବର୍ଷ ଦେଶରେ କମ ରହିବ ଶୀତର ପ୍ରକୋପ । ଡିସେମ୍ବରରେ ତାପମାତ୍ରା ସ୍ଵାଭାବିକ ଠାରୁ ରହିବ ଅଧିକ। ଡିସେମ୍ବରରୁ ଫେବ୍ରୁଆରୀ ଯାଏ ଶୀତ ଲହରୀ ଭଳି ସ୍ଥିତି ସୃଷ୍ଟି ହେବାର ଅଳ୍ପ ସମ୍ଭାବନା ଅଛି । ସେହିଭଳି ଡିସେମ୍ବର ମାସରେ ରାଜ୍ୟର ସବୁ ଅଞ୍ଚଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଫଳରେ ଅଧିକ ଶୀତ ଅନୁଭୂତ ହେବନି । ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

    ସେହିପରି ଦିନ ତାପମାତ୍ରା ଦୃଷ୍ଟିରୁ ୧୯୦୧ ପରଠୁ ଭାରତ ପାଇଁ ଦ୍ବିତୀୟ ଉଷ୍ମ ମାସ ପାଲଟିଛି ନଭେମ୍ବର । ହାରାହାରି ତାପମାତ୍ରାରେ ତୃତୀୟ ଉଷ୍ମ ମାସ ଥିଲା ନଭେମ୍ବର । ସେହିପରି ଉତ୍ତର-ପଶ୍ଚିମ ଭାରତ ପାଇଁ ୧୯୦୧ରୁ ଉଭୟ ହାରାହାରି ତାପମାତ୍ରା ଏବଂ ଦିନରାତି ତାପମାତ୍ରା ପାଇଁ ଦ୍ୱିତୀୟ ଉଷ୍ମ ମାସ ଥିଲା ନଭେମ୍ବର । ୧୨୩ ବର୍ଷ ମଧ୍ୟରେ ସବୁଠାରୁ ଉଷ୍ମ ମାସ ଥିଲା ଅକ୍ଟୋବର । ଯେଉଁଥିରେ ରାତିର ସମୟ ଏବଂ ହାରାହାରି ତାପମାତ୍ରାରେ ଅଦ୍ଭୂଦପୂର୍ବ ବୃଦ୍ଧି ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.6 ° C
    26.6 °
    26.6 °
    22 %
    2.5kmh
    0 %
    Wed
    27 °
    Thu
    27 °
    Fri
    28 °
    Sat
    28 °
    Sun
    29 °

    ସମ୍ବନ୍ଧିତ