Saturday, July 27, 2024
24.5 C
Odisha

    ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର ଗିରଫ

    ଆଗକୁ ପଢନ୍ତୁ

    ଜଗତସିଂହପୁର: ଗିରଫ ହେଲେ ଜଗତସିଂହପୁର ଆରଟିଓ ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର । ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଟ୍ରାଫିକ ଇନ୍ସପେକ୍ଟରଙ୍କ ଠାରୁ ମୋଟ୍ ୬.୭୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । କାଲି ୪.୩୪ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ଟ୍ରାଫିକ ଇନ୍ସପେକ୍ଟର । ଏତେ ପରିମାଣର ଟଙ୍କା କୁଆଡୁ ଆସିଲା, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି । ପ୍ରଶାନ୍ତ ମହାପାତ୍ର ନିଜ ଗାଡ଼ିରେ ନଗଦ ୪ ଲକ୍ଷ ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ତାଙ୍କୁ ଅଟକାଇ ଥିଲା ଭିଜିଲାନ୍ସ ଟିମ୍। ସେ ଭୁବନେଶ୍ବର ଅଭିମୁଖେ ବାହାରିଥିବା ବେଳେ ଭିଜିଲାନ୍ସ ଟିମ୍‌ କଟକ ନିକଟ ବିରିବାଟୀ ତାରିଣୀ ଛକରେ ତାଙ୍କୁ ଅଟକାଇ କାରର ଖାନତଲାସୀ କରିଥିଲେ। ତାଙ୍କଠାରୁ ନଗଦ ୪ ଲକ୍ଷ ୨୭ ହଜାର ଟଙ୍କା ଜବତ ହୋଇଥିଲା । ଅଧିକ ଚଢ଼ାଉ ପରେ ତାଙ୍କଠାରୁ ପ୍ରାୟ ୭ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ