Thursday, October 15, 2026
23.2 C
Odisha

    ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣ ଗୁରୁତର

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ଗ୍ୟାସ ସିଲିଣ୍ଡର ଫାଟି ୬ ଗୁରୁତର । ବଲାଙ୍ଗିର ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବେଲପଡ଼ା ଥାନା କାନୁଟ ଗାଁରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁସାରେ, ସ୍ଥାନୀୟ କାନୁଟ ଗାଁ ଉପର ପଡା ଠାରେ ଘରେ ଟିଭି ଦେଖୁଥିବା ପରେ ଗ୍ୟାସ ସିଲିଣ୍ଡର ଫାଟିଯିବା ଯୋଗୁଁ ଗୋଟିଏ ପରିବାରର ୫ଜଣ ମହିଳା ଓ ଜଣେ ପୁରୁଷ ଜଳିଯାଇଛନ୍ତି। ଯାହାଫଳରେ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ଅଣାଯାଇଥିବା ବେଳେ ସମସ୍ତ ବଲାଙ୍ଗିର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ