Saturday, October 10, 2026
24.5 C
Odisha

    ବିଜେପିରେ ସାମିଲ ହେଲେ ବିଜେଡିର ବରିଷ୍ଠ ଉପସଭାପତି ବିମ୍ବାଧର କୁଅଁର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୨/୦୪: ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ବିମ୍ବାଧର କୁଅଁର ଏବଂ ବିଜୁ ମହିଳା ଜନତା ଦଳର ବରିଷ୍ଠ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ନିବେଦିତା ନାୟକ ।
    ହରିଲୁଟକାରୀଙ୍କ ହାତରେ ଆଜି ଓଡିଶାର ଶାସନ ଡୋରୀ । ରାଜ୍ୟର ଖଣିଜ ସଂପଦକୁ ଶାଗମାଛ ଦରରେ ବିକ୍ରି କରି ଦେଇ ଶାସକ ବିଜେଡିର ନେତାଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ମାଲେମାଲ ହେଉଛନ୍ତି । ‘କଳା ଟଙ୍କାର ବଳ’ ବିଜେଡିର ପରିଚୟ ପାଲଟିଛି । ବିଜେଡି କଳା ଟଙ୍କାର ପାହାଡ ଉପରେ ଛିଡା ହୋଇଛି । କଳା ଟଙ୍କାକୁ ବ୍ୟବହାର କରି ଓଡିଶାର ଲୋକମତକୁ କିଣିବାର ଷଡଯନ୍ତ୍ର କରୁଛି ବିଜେଡି । ଶାସକ ବିଜେଡିକୁ ଏହାର କଡା ଗଣ୍ଡାର ହିସାବ ଦେବାକୁ ପଡିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଶ୍ଚିମଓଡ଼ିଶା କଳାକାର ସାମୁଖ୍ୟର ସଂଯୋଜକ ସରୋଜ କୁମାର ଭୂୟାଁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଅନିଲ କୁମାର ଗୁରୁ, କେନ୍ଦୁଝର ଜିଲ୍ଲା ବାସିନ୍ଦା ଯୁବ ସଂଗଠକ ଶ୍ରୀ ପ୍ରଶାନ୍ତ କୁମାର ଦଳାଇ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ଜୁଏଲ ଓରାମ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ