Saturday, September 12, 2026
23.3 C
Odisha

    କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ସେଠୀ ବିଜେଡି ଛାଡି ବିଜେପିରେ ହେଲେ ସାମିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୨/୦୪: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ବିକାଶ ଅଭିଯାନରେ ସାମିଲ ହେବା ପାଇଁ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଟାନିକ ଭାବେ ଆଜି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ସେଠୀ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ସେଠୀଙ୍କ ସହ କେନ୍ଦ୍ରାପଡା ଜିଲ୍ଲା ବିଜେଡି ନେତା ନାରାୟଣ ନାୟକ, ପ୍ରଦୀପ କୁମାର ସେଠୀ, ପ୍ରମୋଦ କୁମାର ସେଠୀ, ନିରୁପମା ଦାସ, କବିର ସିଂହ, ପୁଷ୍ପଲତା ମହାନ୍ତି, ଶିବାନୀ ମହାପାତ୍ର, ବିଶ୍ୱଜିତ ରାଉତ, କେନ୍ଦ୍ରାପଡା ବ୍ଲକ ସାଧାରଣ ସମ୍ପାଦକ ମାନସ ରଞ୍ଜନ ପରିଡା, ରାଜେନ୍ଦ୍ର ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ସେହିପରି କଳାହାଣ୍ଡି ଜୁନାଗଡ ନିର୍ବାଚନମଣ୍ଡଳୀ ବରିଷ୍ଠ ଓକିଲ ଶ୍ରୀ ସୁଶୀଲ କୁମାର ପଣ୍ଡା ମଧ୍ୟ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଜୁଏଲ ଓରାମ ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ଅବସରରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.3 ° C
    23.3 °
    23.3 °
    98 %
    2.1kmh
    84 %
    Sat
    23 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ