Tuesday, September 22, 2026
25.2 C
Odisha

    ବଡମ୍ବା ନିର୍ବାଚନ ମଣ୍ଡଳୀର ଶତାଧିକ ନେତା-କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୮/୦୪: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଟକ ଜିଲ୍ଲା ବଡମ୍ବା ବ୍ଲକ ମଙ୍ଗରାଜପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଭଜମନ ମହାନ୍ତି ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ମହାନ୍ତିଙ୍କ ସମେତ ୱାର୍ଡ ମେମ୍ବର ସୁବାଷ ଚନ୍ଦ୍ର ମହାନ୍ତି, ଧନେଶ୍ୱର ମହାନ୍ତି, ବିଜେଡି ସଦସ୍ୟ ରବୀନ୍ଦ୍ର ବିଶ୍ୱାଳ, ଜିତେନ୍ଦ୍ର ମଲ୍ଲିକ, ଚିନ୍ତାମଣୀ ମହାନ୍ତି, ବାପିନ ମହାନ୍ତି, ସରୋଜ କୁମାର ମଲ୍ଲିକ, ବିପିନ ମହାନ୍ତି ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

    କଟକ ଜିଲ୍ଲା ନରସିଂହପୁର ଗ୍ରାମ ପଂଚାୟତର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ସମାଜସେବୀ ଦେବରାଜ ବେହେରା, ବାଲିସାହି ଗାଁ ସଭାପତି ଦୟାନିଧି ଦାସ, ବାଲିସାହି କ୍ଲବ ସଭାପତି ବିଜୟ କୁମାର ଦାସ, ବେଣୁଧର ବେହେରା, ଦୀପୁ ବେହେରା, ଗୁଡୁ ଖାନ୍‌, ସୋମନାଥ ନାୟକ, ନିର ବେହେରା, ବେଣୁଧର ବେହେରା, ପ୍ରଶାନ୍ତ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ନରସିଂହପୁରର ବାର୍ ଆସୋସିଏସନ୍‌ର ଆଇନଜୀବୀ ଅମର ସିଂହ, ଆଇନଜୀବୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ମନୋରଞ୍ଜନ ଦାସ, ବୁଧିମନ ସାହୁ, ବିଜେଡି କର୍ମୀ ପଙ୍କଜ ସାହୁ, ଭରତ କୁମାର ସାହୁ, ବିଜୟ ଦାସ, ରମେଶ ରାଉତ, ମନମୋହନ ବେହେରା, ଅରୁଣ କୁମାର ଦଳାଇ, ଅମୀୟ କୁମାର ମହାନ୍ତି, ସମାଜସେବୀ ଅଭିମନ୍ୟୁ ମଲ୍ଲିକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଅବସରପ୍ରାପ୍ତ ଆସିଷ୍ଟାଂଟ ସବ୍‌ଇନ୍ସିପେକ୍ଟର ଅମରନାଥ ପ୍ରଧାନ ବିଜେପିରେ ସାମିଲ ହେଲେ ।
    ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଯତୀନ ମହାନ୍ତି, ସାଂସ୍କୃତିକ ପ୍ରକୋଷ୍ଠ ସଂଯୋଜିକା ପିଙ୍କି ପ୍ରଧାନ, ଅଭିନେତା ତଥା ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାପାତ୍ର ସଦସ୍ୟତା କରାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.2 ° C
    25.2 °
    25.2 °
    96 %
    1.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ