Friday, July 10, 2026
25.1 C
Odisha

    ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ନିର୍ବାଚନ ହାରିବା ଭୟ, ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଘଂନ କରୁଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ: ସମୀର ମହାନ୍ତି

    ଆଗକୁ ପଢନ୍ତୁ

    *ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ*

    *ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ନିର୍ବାଚନ ହାରିବା ଭୟ, ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଘଂନ କରୁଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ: ସମୀର ମହାନ୍ତି

    ଭୁବନେଶ୍ୱର, ତା.୨୮/୦୪: ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ନିର୍ବାଚନ ହାରିବା ଭୟ, ଏଥିଲାଗି ବାରମ୍ବାର ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରୁଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନିଜେ ଚାହୁଁନାହାନ୍ତି ଓଡ଼ିଶାରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେଉ । ଏଥିଲାଗି ବାରମ୍ବାର ବିଜେଡି ନେତା, ମନ୍ତ୍ରୀ ଓ ସାଂସଦ ତଥା ମୁଷ୍ଟିମେୟ ସରକାରୀ ଅଫିସରମାନେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରୁଛନ୍ତି । ଗତକାଲି ବିଜେଡିର ଜଣେ ନୂଆ ନେତା ପାଣ୍ଡିଆନ ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିର ଗସ୍ତବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜଣେ ପ୍ରଶାସନିକ ଅଧିକାରୀ ଭିନ୍ନିଲ କ୍ରୀଷ୍ଣା ସେଠାରେ ଉପସ୍ଥିତ ଥିଲେ । ଯାହାର ଫଟୋ ଓ ଭିଡିଓକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ହସ୍ତାନ୍ତର କରିଛୁ । ମାର୍ଚ୍ଚ ୧୬ରୁ ଆଦର୍ଶ ଆଚରଣ ବିଧି ଲାଗୁ ସତ୍ୱେ ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାରମ୍ବାର ନିୟମ ଭାଙ୍ଗୁଛି । ଆଗରୁ ଜଣେ ଓଏସ୍ ଅଫିସର ନବୀନ ନିବାସରେ ଜଣେ ପୂର୍ବତନ ସାଂସଦଙ୍କ ଇସ୍ତଫା ପତ୍ର ନେଇଥିଲେ । ସେହିପରି ବିଜେଡି ପାଇଁ ରୋଡ ସୋ କରୁଥିବା ଗୋପବନ୍ଧୁ ଦାସ ଏବେ ବି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁଗତମାନେ ଚାହାନ୍ତି ସରକାରୀ କଳର ଅପବ୍ୟବହାର କରି ନିର୍ବାଚନ ଜିତିବା ପାଇଁ । ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଯଦି ଏଥିରୁ ବିଚ୍ୟୁତ ରୁହନ୍ତି ତାହାଲେ ଜାତୀୟ ନିର୍ବାଚନ କମିସନଙ୍କୁ ଭେଟିବୁ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
    ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
    କିଛି ମୁଷ୍ଟିମେୟ ଅଣଓଡ଼ିଆ ଅଧିକାରୀମାନେ ଆଦର୍ଶ ଆଚରଣ ବିଧିର ଉଲଘଂନ କରି ମୁଖ୍ୟମନ୍ତ୍ରୀଙ୍କ ଅଫିସରକୁ ଖୋଲାଖୋଲି ଭାବେ ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସ ଅଭ୍ୟାସରତ ଭାବରେ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । ନିର୍ବାଚନ ପରାଜୟ ଆଶଙ୍କାରେ ମୁଖ୍ୟମନ୍ତ୍ରୀ ବାରମ୍ବାର ରାଜନୈତିକ କାମରେ ତାଙ୍କ ଦପ୍ତରକୁ ବ୍ୟବହାର କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    85 %
    1.9kmh
    100 %
    Fri
    30 °
    Sat
    27 °
    Sun
    27 °
    Mon
    25 °
    Tue
    27 °

    ସମ୍ବନ୍ଧିତ