Sunday, March 29, 2026
31.5 C
Odisha

    ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା ବିଜେପିରେ ସାମିଲ ହେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୮/୦୫: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଛତିଆ ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟ ଦୀପକ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ସାହୁଙ୍କ ସମେତ ବିଜେଡି ନେତା ଗୁମେଶ ଚନ୍ଦ୍ର ସାହୁ, ଚନ୍ଦନ ସାହୁ, ହ୍ରିତିକ ରୋଶନ ସାହୁ, ଦିନେଶ ସାହୁ, ହରିହର ହାତି, ଜିତେନ୍ଦ୍ର ପାଲ, କାର୍ତିକ ସାହୁ, ଗୌତମ ଦାସ, ପ୍ରକାଶ ଦାସ, ରିତିକ ରୋଶନ ସାହୁ, ସସ୍ମିତା ଦାସ, ଅଜୟ କୁମାର ସାହୁ, ସୁନନ୍ଦା ଦାସ, ରଞ୍ଜନ ସାହୁ, ନାଏବ ସରପଂଚ ଦୀପିକା ବେହେରା, ଉଚ୍ଛବ ସାହୁ, ମଧୂସୁଦନ ବାରିକ, ଲକ୍ଷ୍ମୀଧର ବେହେରା, ଶଙ୍କର୍ଶନ ରାଉଳ, ଅଜୟ କୁମାର ରାଉତରାୟ, ନାରାୟଣ ଶର୍ମା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବୁମତଳା ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଦେବପ୍ରସାଦ ରାଉଳ, କ୍ଷୀରୋଦ ମହାରଣା ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ପୁରୀ ଜିଲ୍ଲା ନିମାପଡାର ବରିଷ୍ଠ ଆଇନଜୀବୀ ସୁଧିର ଚରଣ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି ।
    ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ଯାଜପୁର ଲୋକସଭା କ୍ଷେତ୍ରର ସଂସଦୀୟ ପ୍ରାର୍ଥୀ ଡ.ରବି ନାରାୟଣ ବେହେରା, ବଡଚଣା ବିଧାୟକ ପ୍ରାର୍ଥୀ ଅମର ନାୟକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ