Monday, May 20, 2024
25.1 C
Odisha

    ଓଡିଶାରେ “ଡବଲ ଇଞ୍ଜିନ ସରକାର” ହେଲେ ଗ୍ରାମାଚଂଳର ବିକାଶ ସହ ସହରାଚଂଳ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ: ସମୀର ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨୨ଟି ପୂରଣ କରିସାରିଛନ୍ତି । ଏହାର ଅର୍ଥ ୯୪ ପ୍ରତିଶତ ପୂରଣ କରିଛନ୍ତି । ଏହା ହେଉଛି “ମୋଦି ଗ୍ୟାରେଂଟି” । ଏହି ପ୍ରତିଶ୍ରୁତି ମଧ୍ୟରେ ଅଗଷ୍ଟ ୫ତାରିଖ ଐତିହାସିକ କାଶ୍ମିରରୁ ୩୭୦, ୩୫(ଏ) ଧାରା ଉଚ୍ଛେଦ, ସମାନ ସାଗରିକ ସଂହିତା ଲାଗୁ, ରାମ ମନ୍ଦିର ପ୍ରତିଷ୍ଠା, ପ୍ରତି ଘରକୁ ନଳ ଯୋଗେ ପାଣି ଯୋଜନାକୁ ସଫଳ ରୂପାୟନ କରିପାରିଛନ୍ତି । ସବୁଠୁ ବଡ କଥାହେଲା ମୋଦିଜୀଙ୍କ ପ୍ରତିଶ୍ରୁତି ଭିତରେ ଓଡ଼ିଶାର କଥା ମଧ୍ୟ ରହିଛି । ଓଡିଶାରେ “ଡବଲ ଇଞ୍ଜିନ ସରକାର” ଗଠନ ହେଲେ ଗ୍ରାମାଚଂଳର ବିକାଶ ସହ ସହରାଚଂଳ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ସେହିପରି ଟ୍ୱିନ ସିଟିରେ ମୁଖ୍ୟତଃ ବର୍ଜ୍ୟବସ୍ତୁ, ବର୍ଷା ଜଳ, ଭୂତଳ ଜଳ ପରିଚାଳନା ଓ ସହରବାସୀଙ୍କୁ ସୁସ୍ଥ ଜୀବନକୁ ଗୁରୁତ୍ୱ ଦିଆଯିବ । ଏଥିଲାଗି ମୋଦି ସରକାର “ମ୍ୟାପିଙ୍ଗ” କରିସାରିଛନ୍ତି । ଏହାଛଡା ଓଡ଼ିଶାବାସୀ ବର୍ଦ୍ଧିତ ବିଦ୍ୟୁତ ବିଲ୍ ଦେଇ ହନ୍ତସନ୍ତ ହେଉଛନ୍ତି । ଗ୍ରାମାଚଂଳ ଓ ସହରାଚଂଳବାସୀଙ୍କ ପାଇଁ ସୂର୍ଯ୍ୟଘର ବ୍ୟବସ୍ଥା କରିଛନ୍ତି । ଫଳରେ ସାଧାରଣ ଲୋକଙ୍କ ଉପରେ ବିଦ୍ୟୁତ ବିଲ୍‌ର ବୋଝ ପଡିବ ନାହିଁ । ନିଜର ବଳକା ବିଦ୍ୟୁତ ସୌରଶକ୍ତିକୁ ସେମାନେ ବିକ୍ରି କରି ଅଧିକ ଟଙ୍କା ସରକାରଙ୍କଠାରୁ ପାଇପାରିବେ । ସେହିପରି ବିଜେପି ସରକାରକୁ ଆସିଲେ ଓଡ଼ିଶାର ଜନତା ତଥା ଛାତ୍ରଛାତ୍ରୀମାନେ ଶିକ୍ଷା ଓ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବେ ନାହିଁ । ସେଠାରେ ରହିବାକୁ ସେମାନେ ସମସ୍ୟା ଭୋଗୁଛନ୍ତି । ଏହି ସମସ୍ୟା ଦୂର କରିବାକୁ ପ୍ରତି ମେଟ୍ରୋ ସିଟିରେ ଓଡ଼ିଶା ଭବନ ନିର୍ମାଣ କରିଯିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, କେନ୍ଦ୍ରୀୟ ଯୋଜନା ଓଡ଼ିଶାରେ ବାଟବଣା ହୋଇଛି । ବିଜେପି ସରକାରକୁ ଆସିଲେ ଭାରତର ୨୦ଟି ପ୍ରମୁଖ ସହର ଭିତରେ ଓଡ଼ିଶାକୁ ସ୍ଥାନିତ କରିବ ବୋଲି ସଂକଳ୍ପ ନେଇଛି । ୨୫ବର୍ଷ ଶାସନରେ ନବୀନ ବାବୁ ରାଜଧାନୀର ଛାତି ଉପରେ ଅଳିଆ ଗଦାର ପାହାଡ ସୃଷ୍ଟି କରିଛନ୍ତି । ଏନେଇ ବିଜେପି ଦୀର୍ଘ ୩୦ଦିନ ଧରି ଅହରାତ୍ର ଆନ୍ଦୋଳନ କରିବା ପରେ ବି ରାଜ୍ୟ ସରକାର କୌଣସି ତତ୍ପରତା ପ୍ରକାଶ କରିଲେ ନାହିଁ । ବିଜେଡି ସରକାର କେନ୍ଦ୍ରୀୟ ଟଙ୍କାର ସଦ ବିନିଯୋଗ କରିପାରୁନାହାନ୍ତି, ବିଜେପି ସରକାର ଆସିଲେ ତାହାର ସଦବିନିଯୋଗ କରାଯିବ । ନବୀନ ବାବୁ ପ୍ରତ୍ୟେକ ଘରକୁ ପାଣି ଯୋଗାଇବାକୁ କହି ଖାଲି ପାଇପ ଦେଇଛନ୍ତି କିନ୍ତୁ ବିଜେପି ସରକାର ଆସିଲେ ଓଡ଼ିଶାର ପାଣି ସମସ୍ୟା ରହିବ ନାହିଁ । ପରିଚାଳନା ଗତ ତ୍ରୁଟି ପାଇଁ ସାଧାରଣ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ବ୍ୟବହାର କରି ହନ୍ତସନ୍ତ ହେଉଛି । ସରକାରକୁ ଆସିଲେ ଗ୍ରାମାଚଂଳ ଓ ସହରାଚଂଳବାସୀଙ୍କ ପାଇଁ ସୂର୍ଯ୍ୟଘର ବ୍ୟବସ୍ଥା ଲାଗୁ କରାଯିବ । “ସୂର୍ଯ୍ୟଘର” ଯୋଜନାକୁ ୧କୋଟି ଲୋକ ପଂଜିକରଣ କରିସାରିଲେଣି ।
    ସେହିପରି ସହରୀଜୀବନ ସୁଖମୟ କରିବା ପାଇଁ ଟ୍ୱିନ ସିଟି କଟକ, ଭୁବନେଶ୍ୱରକୁ ସୁସଙ୍ଗଠିତ ସହର କରାଇ ନାଗରିକମାନଙ୍କୁ ମୌଳିକ ସମସ୍ତ ଉନ୍ନତମାନର ସୁଖ ଓ ସୁବିଧା ଦେବ । ଏହା ବ୍ୟତୀତ ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଭଳି ପ୍ରମୁଖ ସହରର ଉନ୍ନତିକରଣକୁ ଗୁରୁତ୍ୱ ଦିଆଯିବ । କେନ୍ଦ୍ର ସରକାରଙ୍କ ଯୋଜନା ଦ୍ୱାରା ବର୍ଷା ଜଳକୁ ସଠିକ୍ ମାର୍ଗରେ ବିନିଯୋଗ କରିବୁ ବୋଲି ବିଜେପି ସଂକଳ୍ପ ନେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
    ମୋଦିଜୀଙ୍କ ସଂକଳ୍ପ “ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ” ମୂଳମନ୍ତ୍ର ଆଧାର କରି ସହରରେ ବସବାସ କରୁଥିବା ସବୁ ବର୍ଗର ଲୋକଙ୍କ ପାଇଁ ବିଜେପି ସଂକଳ୍ପ ନେଇଛି । ଇ-ଶ୍ରମ କାର୍ଡ ବ୍ୟାପକ ମାତ୍ରାରେ ହୋଇଛି ଯାହାର ଡାଟା ଓଡ଼ିଶାରେ ବିଜେପି ରଖିଛି । ସହରାଚଂଳ ବ୍ୟକ୍ତିଙ୍କ ପାଇଁ ଇ-ଶ୍ରମ କାର୍ଡ ଲାଗୁ ହେବା ସହ ୫ଲକ୍ଷ ଟଙ୍କା ଇନସୁରାନ୍ସ ଲାଗୁ କରାଯିବ । ଯାହାର ପ୍ରିମିୟମ ରାଜ୍ୟ ସରକାର ଦେବେ । ୧୦ଲକ୍ଷ ଟଙ୍କାର ଟର୍ମ ଲୋନ ବ୍ୟବସ୍ଥା କରାଯାଇଛି ଆର୍ôଥକ ଦୃଷ୍ଟିରୁ ସମ୍ଭଳ ହେବା ପାଇଁ । କୋରନା ବେଳେ ପ୍ରଧାନମନ୍ତ୍ରୀ ସ୍ୱନିିଧି ଯୋଜନା ଲାଗୁ ହୋଇ ଦିଆଯାଇଥିଲା ୧୦ହଜାର ଟଙ୍କାର ଋଣ ବିନା ସୁଧରେ ତାକୁ ମଧ୍ୟ ରାଜ୍ୟ ସରକାରଙ୍କ ଆର୍ôଥକ ସହାୟତାରେ ବ୍ୟାପକ ମାତ୍ରାରେ ଆଇଡିକାର୍ଡ ପ୍ରଦାନ କରାଯିବ । ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ । ବିଜେପି ସରକାର ଆସିଲେ ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଦେବ । ‘ସିଟି ଟ୍ରାନ୍ସପୋର୍ଟ’ ବ୍ୟବସ୍ଥାକୁ ସୁଦୃଢ କରିବ ବିଜେପି । ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ବାସହୀନଙ୍କୁ ପଟ୍ଟା ସହ ଲୋକଙ୍କୁ ଘର ଦିଆଯିବ । ଜାତୀୟ ସହରୀ ଜୀବିକା ମିଶନ ଦ୍ୱାରା ମହିଳାଙ୍କୁ ରୋଜଗାର ଦିଆଯିବ । ଜାତୀୟ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବ । ଏଥିସହ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
    ନିର୍ବାଚନ ପୂର୍ବରୁ “ସଂକଳ୍ପପତ୍ର” ପ୍ରସ୍ତୁତ କରାଯାଇଥାଏ । ଏପ୍ରିଲ ୧୪(ପଣାସଂକ୍ରାନ୍ତି) ଦିନ କେନ୍ଦ୍ରୀୟ ସ୍ତରରେ ଭାରତୀୟ ଜନତା ପାର୍ଟି ଦେଶବାସୀଙ୍କ ପାଇଁ ସଂକଳ୍ପପତ୍ର ଦିଲ୍ଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଥିଲା । ମାର୍ଚ୍ଚ ୧୮ତାରିଖ ଦିନ ୨୩ଟି ଏଲଇଡି ଭ୍ୟାନକୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥିଲା । ୨୧ଲୋକସଭାର ମତାମତକୁ ସଂକଳନ କରି ସଂକଳ୍ପପତ୍ରରେ ସ୍ଥାନିତ କରାଯାଇଛି । ବିଜେପି ସରକାରକୁ ଆସିଲେ ସମସ୍ତ ସଂକଳ୍ପ ପୂରଣ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    85 %
    1.8kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ