Monday, March 30, 2026
27.4 C
Odisha

    ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ୍ ମହାପାତ୍ର ବିଜେପିରେ ସାମିଲ ହେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୮/୦୫: ଓଡ଼ିଶାରେ ଚାଲିଥିବା ଅଣଓଡ଼ିଆ ଶାସନକୁ ସମୂଳେ ଧ୍ୱଂସ କରି ବିଜେପି ସରକାର ଗଠନ କରିବା ଓଡ଼ିଶାବାସୀଙ୍କ ଲକ୍ଷ୍ୟ । ବିଜେଡି ୨୫ବର୍ଷ ଧରି ଅନ୍ୟାୟ, ଅନିତି, ଦୁର୍ନୀତି, ଭ୍ରଷ୍ଟାଚାର ଚଳାଇଛି, ବ୍ୟଭିଚାରି ଶାସନକୁ ହଟାଇବା ପାଇଁ ଓଡ଼ିଶାର ଲୋକେ ସଚେତନ ହୋଇଛନ୍ତି । ଏଥିଲାଗି ବିଜୁ ଯୁବ ଜନତା ଦଳର ଶତାଧିକ ନେତା ଓ କାର୍ଯ୍ୟକର୍ତା ବିଜେପିରେ ଯୋଗ ଦେଇଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ୍ ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାପାତ୍ରଙ୍କ ସହ ଜିଲ୍ଲା ସମ୍ପାଦକ ସୁନିଲ କୁମାର ବିଶ୍ୱାଳ, ବିଶ୍ୱଭୂଷଣ ସାସ୍‌ମଲ୍‌, ଜିଲ୍ଲା ସମ୍ପାଦକ ଅରୁଣ କୁମାର ମହାନ୍ତି, ଲଗ୍ନଜିତ୍ ମହାପାତ୍ର, ମନୋରଞ୍ଜନ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଦୀପକ କୁମାର ଦାସ, ସୁଶାନ୍ତ କୁମାର ସ୍ୱାଇଁ, ବାଦଲ କୁମାର ବାରିକ୍‌, କାର୍ତିକ ଦାସ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

    କେନ୍ଦ୍ରମନ୍ତ୍ରୀ ତଥା ସାଧାରଣ ସମ୍ପାଦକ ଭୂପିନ୍ଦର ୟାଦବ୍‌, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    38 %
    2.3kmh
    0 %
    Sun
    28 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ