Tuesday, October 20, 2026
24.1 C
Odisha

    ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଜଷ୍ଟିସ ଅରିଜିତ ପଶାୟତ

    ଆଗକୁ ପଢନ୍ତୁ

    ପୁରୀ: ଓଡ଼ିଶାରେ ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। କଳାଧନ ବିଷୟରେ ଗଠିତ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ସକଳେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଷ୍ଟିସ ପଶାୟତ। ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।ଆଜି ଅପରାହ୍ଣରେ ସେ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଗଣତି ପାଇଁ ଗଠିତ ସ୍ୱତନ୍ତ୍ର କମିଟି ସହ ବୈଠକ କରିବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ଗଠନ କରାଯାଇଛି। ରତ୍ନଭଣ୍ଡାର କମିଟି ସହ ରତ୍ନଭଣ୍ଡାର ଅନୁଧ୍ୟାନ ସଂପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ଆସନ୍ତା ୧୧ ତାରିଖରେ କଳାଧନ ସଂପର୍କିତ ବୈଠକରେ ସମୀକ୍ଷା କରିବେ। ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବୈଠକକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ବୈଠକରେ ୨୪ ନିର୍ବାଚନରେ କଳାଟଙ୍କା ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ଉପରେ ଆଲୋଚନା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    76 %
    0.2kmh
    4 %
    Tue
    29 °
    Wed
    29 °
    Thu
    30 °
    Fri
    29 °
    Sat
    29 °

    ସମ୍ବନ୍ଧିତ