Saturday, April 19, 2025
40.3 C
Odisha

    ଗ୍ୟାଙ୍ଗଷ୍ଟାର ବରକୁ କନିଆ ଲେଡି ଡନ୍, ପୋଲିସ୍ ଛାଉଣୀ ଭିତରେ ହେଲା ବିବାହ

    ଆଗକୁ ପଢନ୍ତୁ

    ଗ୍ୟାଙ୍ଗଷ୍ଟାର ବରକୁ, କନିଆ ଲେଡି ଡନ୍ । ଦିଲ୍ଲୀରେ ଗ୍ୟାଙ୍ଗଷ୍ଟାରଙ୍କ ବିବାହକୁ ନେଇ ସାରା ଦେଶରେ ଚର୍ଚ୍ଚା । ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଓରଫ କାଲା ଜଥେଡି ଏବଂ ଲେଡି ଡନ୍ ଅନୁରାଧା ଚୌଧୁରୀ ଓରଫ୍ ମ୍ୟାଡାମ୍ ମିଂଜ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦିଲ୍ଲୀ ଦ୍ୱାରକା ସ୍ଥିତ ସନ୍ତୋଷ ଗାର୍ଡେନରେ ମଙ୍ଗଳବାର ବିବାହ କରିଛନ୍ତି ଏହି ଦୁଇ ଗ୍ୟାଙ୍ଗଷ୍ଟାର । ତେବେ ଏହି ଗ୍ୟାଙ୍ଗଷ୍ଟାର ବିବାହ ପାଇଁ ଦିଲ୍ଲୀ ଦ୍ୱାରକା ଅଞ୍ଚଳରେ ପୋଲିସ ଛାଉଣୀ ଦେଖିବାକୁ ମିଳିଥିଲା । ଏହି ବିବାହ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଦିଲ୍ଲୀ ପୋଲିସ ।ପ୍ରତ୍ୟେକ ଅତିଥିଙ୍କ ଆଇଡି କାର୍ଡ ଯାଞ୍ଚ୍ କରିବା ପରେ ହିଁ ଭିତରକୁ ଛାଡୁଥିଲା ପୋଲିସ । ଗ୍ୟାଙ୍ଗଷ୍ଟାରଙ୍କ ବିବାହ ପାଇଁ ପୋଲିସ ମାତ୍ର ଅଧ ଘଣ୍ଟାର ସମୟ ଦେଇଥିଲା । କୌଣସି ବଡ ଅଘଟଣରୁ ଦୃଷ୍ଟିରେ ରଖି ସଜାଗ ରହିଥିଲା ପୋଲିସ୍ । ଉଭୟ କାଲା ଜଥେଡି ଓ ମ୍ୟାଡାମ୍ ମିଂଜଙ୍କ ବିରୋଧରେ ଏକାଧିକ ମାମଲା ରହିଛି । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ତିନି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଦୁହେଁ ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୱାଂଟେଡ୍ ରହିଥିଲେ । ଦୁହେଁ ପ୍ରଥମେ ବନାରସରେ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ପରିବାର ଲୋକଙ୍କ ଇଚ୍ଚା ଅନୁସାରେ ସର୍ବ ସମ୍ମୁଖରେ ବିବାହ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ