Sunday, September 27, 2026
24.7 C
Odisha

    ତୃତୀୟ ଦିନରେ ‘କଲ୍‌କୀ 2898 AD’ର ଜବରଦସ୍ତ ଇନକମ

    ଆଗକୁ ପଢନ୍ତୁ

    ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘କଲ୍‌କୀ 2898 AD’ ଜୁନ୍ ୨୭ ରେ ସିନେମା ହଲ୍ ରେ‌ ମୁକ୍ତିଲାଭ କରିଛି । ଏହି ଫିଲ୍ମ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ୍‌ କରିଛି । ତେବେ ରିଲିଜ୍‌ର ଫାଷ୍ଟ ଦିନରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ବହୁତ ଭଲ କଲେକ୍ସନ୍‌ କରିଛି । ରିଲିଜ୍ ହେବାର ତୃତୀୟ ଦିନରେ ମଧ୍ୟ ‘କଲ୍‌କୀ 2898 AD’ ରେ ନୋଟ୍ ବର୍ଷା ହୋଇଛି । ତାହେଲେ ଆସନ୍ତୁ ଜାଣିବା  ଫିଲ୍ମଟି ତୃତୀୟ ଦିନରେ କେତେ କଲେକ୍ସନ୍‌ କରିଛି। ସୂଚନା ମୁତାବକ ଫିଲ୍ମ ‘କଲ୍‌କୀ 2898 AD’ ତୃତୀୟ ଦିନରେ ୬୭.୧ କୋଟି ଟଙ୍କା କଲେକ୍ସନ୍‌ କରିଛି । ତେବେ ପ୍ରଥମ ଦିନରେ ଫିଲ୍ମ ୯୬.୩ କୋଟି ଟଙ୍କା କଲେକ୍ସନ୍‌ କରିଥିବାବେଳେ ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାରରେ କମ୍‌ ହୋଇଥିଲା । ଦ୍ୱିତୀୟ ଦିନରେ ଫିଲ୍ମଟି ପ୍ରାୟ ୫୪ କୋଟି ଟଙ୍କା କଲେକ୍ସନ୍‌ କରିଥିଲା । ଏଭଳି ପରିସ୍ଥିତିରେ ଫିଲ୍ମର ତୃତୀୟ ଦିନ ଫିଲ୍ମଟି ବହୁତ ଭଲ କଲେକ୍ସନ୍‌ କରିଛି । ଏପରି ଭାବେ ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ଏପର୍ଯ୍ୟନ୍ତ ୨୨୦ କୋଟି ଟଙ୍କା ରୋଜଗାର କରିଛି । ଯଦିଓ ବର୍ତ୍ତମାନ ଏହି ଫିଲ୍ମ କଲେକ୍ସନ୍‌ ବହୁତ ଭଲ ହେଉଛି । ଏହା ବ୍ୟତୀତ ଫିଲ୍ମ ମଧ୍ୟ ସାରା ବିଶ୍ୱରେ ଜବରଦସ୍ତ କଲେକ୍ସନ୍‌ କରିବାରେ ଲାଗିଛି । ଏହି ଫିଲ୍ମଟି ମାତ୍ର ତିନି ଦିନ ମଧ୍ୟରେ ସାରା ବିଶ୍ୱରେ ୨୯୮.୫ କୋଟି ଟଙ୍କା ରୋଜଗାର କରିଛି ।ତେବେ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଲ୍‌କୀ 2898 AD’ ଭଗବାନ ବିଷ୍ଣୁଙ୍କ ଏକ ଆଧୁନିକ ରୂପକୁ ଦର୍ଶାଇଛି । ଯିଏ ପୃଥିବୀକୁ ଖରାପ ଶକ୍ତିରୁ ରକ୍ଷା କରିବା ପାଇଁ ଅବତରଣ କରିଛନ୍ତି । ଏପରି ଭାବେ ଫିଲ୍ମଟି ପୂରା ଆଧ୍ୟାତ୍ମିକ ଷ୍ଟୋରି ଉପରେ ତିଆରି ହୋଇଛି । ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ତେବେ ଫିଲ୍ମକୁ ନେଇ ଦର୍ଶକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଫିଲ୍ମକୁ ନେଇ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପ୍ରଭାସ ଏବଂ ନାଗ ଅଶ୍ୱିନ ଇତିହାସ ସୃଷ୍ଟି କରିଛନ୍ତି । ଫିଲ୍ମର ପ୍ରଥମ ୩୦ ମିନିଟରେ ଆପଣ ଏହାକୁ ଅନୁଭବ କରିବେ । ଏପରି ଅନେକ ପ୍ରକାରର କଥା ଲେଖାଯାଉଛି ।ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଲ୍‌କୀ 2898 AD’ରେ ପ୍ରଭାସଙ୍କ ସହ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, ଦିଶା ପାଟାନି ଏବଂ କମଲ ହାସନ ଶୋଭାନା, ବ୍ରାହ୍ମଣାନନ୍ଦ, ମାଲଭିକା ନନ୍ଦନ ଏବଂ ଶାସତ ଚାଟାର୍ଜୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ