Wednesday, September 9, 2026
28.8 C
Odisha

    ୯ଦିନରେ ‘କଳକୀ-୨୮୯୮ ଏଡି’ କରିଥିବା ଆୟ କଲା ଆଶ୍ଚର୍ଯ୍ୟ

    ଆଗକୁ ପଢନ୍ତୁ

    ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ ଏଡି ଜୁନ ୨୭ରେ ରିଲିଜ୍‌ ହୋଇଥିଲା। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍‌କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଫିଲ୍ମ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ଦେଶର ବିଭିନ୍ନ ସହରରେ ଏବେ ବି କଳକୀର କ୍ରେଜ୍‌ ଜବରଦସ୍ତ ରହିଛି, ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ପ୍ରଥମ ଦିନରେ ଫିଲ୍ମଟି ଅନେକ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇ ଦେଇଥିଲା। ଏମିତି କି ପ୍ରଭାସ ନିଜର ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଏବେ ରିଲିଜର ୯ଦିନ ମଧ୍ୟରେ ଫିଲ୍ମ କରିଥିବା ଆୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
    ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ୯ଦିନରେ ମୋଟ ୮୦୦କୋଟି ଟଙ୍କା ଆୟ କଲାଣି। ବିଶ୍ବ ସ୍ତରର ବକ୍ସ ଅଫିସ ଆୟକୁ ମିଶାଇ ଫିଲ୍ମଟି ୮୦୦କୋଟି ଆୟ କରିସାରିଥିବା କୁହାଯାଉଛି। ଫିଲ୍ମର ବଜେଟ ୬୦୦କୋଟି ଥିବା ବେଳେ ମାତ୍ର ୯ଦିନରେ ଫିଲ୍ମଟି ଏତେ କୋଟି ଆୟ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.8 ° C
    28.8 °
    28.8 °
    75 %
    2.1kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ