Wednesday, July 29, 2026
24.3 C
Odisha

    ଖୁବଶୀଘ୍ର ରିଲିଜ୍ ହେବ ‘ରାମାୟଣ’ ଟ୍ରେଲର, ସାମ୍ନାକୁ ଆସିଲା ଡେଟ୍ ଓ ଟାଇମ୍

    ଆଗକୁ ପଢନ୍ତୁ

    ରଣବୀର କପୁର ଏବଂ ୟଶଙ୍କ ଅଭିନୀତ ଫିଲ୍ମ ରାମାୟଣର ଟ୍ରେଲର ରିଲିଜ୍ ଡେଟ୍ ଓ ଟାଇମ୍ ଏବେ ଘୋଷଣା ହୋଇଛି । ଯାହା ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ନିତେଶ ତିଓ୍ୱାରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଟ୍ରେଲର ଜୁଲାଇ ୩୦ ଭୋର ୪ଟା ୧୫ ମିନିଟରେ ସବୁ ହଲରେ ରିଲିଜ୍ ହେବ ।

    ରାମାୟଣ ଏକ ହିନ୍ଦୁ ପରମ୍ପରା ସହିତ ଜଡିତ ଥିବାରୁ ଏହାକୁ ବ୍ରହ୍ମ ମୁହୂର୍ତ୍ତରେ ରିଲିଜ କରିବାକୁ ଛୋଷଣା କରିଛନ୍ତି । ନିର୍ମାତାମାନେ ଏକ ନୂତନ ପୋଷ୍ଟର ରିଲିଜ୍ କରି ଲେଖିଛନ୍ତି ଯେ, ଆମେ ଶୁଭ ବ୍ରହ୍ମ ମୁହୂର୍ତ୍ତରେ ଆମର ଟ୍ରେଲର ସହିତ ରାମାୟଣର ନୂତନ ସୂର୍ଯ୍ୟୋଦୟକୁ ସ୍ୱାଗତ କରୁଛୁ । ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରା ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ଏହି ଘୋଷଣା କରିଛନ୍ତି ।

    ଅନ୍ଯପଟେ, ହିନ୍ଦୁ ଧର୍ମରେ ସକାଳ ୪ଟାରୁ ୫ଟା ପର୍ଯ୍ୟନ୍ତ ସମୟକୁ ବ୍ରହ୍ମ ମୁହୂର୍ତ୍ତ ବୋଲି ବିବେଚନା କରାଯାଏ, ଯାହାକୁ କୌଣସି ନୂତନ କାମ ଆରମ୍ଭ କରିବା ପାଇଁ ବହୁତ ଶୁଭ କୁହାଯାଏ । ଟ୍ରେଲରଟି ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ ସମତେ ଅନେକ ଭାଷାରେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    92 %
    1.4kmh
    88 %
    Wed
    24 °
    Thu
    30 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ