Thursday, March 26, 2026
26.8 C
Odisha

    ଗାଡ଼ି ଚାଳକଙ୍କୁ କ୍ଷୀର ବଣ୍ଟନ କଲା ପୁଲିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାରାଷ୍ଟ୍ରର କଲ୍ୟାଣରେ ପୁଲିସ ସଡ଼କ ସୁରକ୍ଷା ଅଭିଯାନ ଆଧାରରେ ସ୍ବତନ୍ତ୍ର ଅଭିଯାନର ଆରମ୍ଭ କରିଛି। ଏହି ଅଭିଯାନ ଆଧାରରେ ପୁଲିସ କର୍ମଚାରୀମାନେ ଗାଡ଼ି ଚାଳକଙ୍କୁ କ୍ଷୀର ବଣ୍ଟନ କରି  ମଦପିଇ ଗାଡ଼ି ଚଲାଇବାକୁ ବାରଣ କରିଛନ୍ତିl ରାସ୍ତରେ ଗାଡ଼ି ଚାଳକଙ୍କୁ କ୍ଷୀର ବିତରଣ କରୁଥିବା ଦେଖି ପୁଲିସର କାମକୁ ‌ଲୋ‌କେ ଭୁରିଭୁରି ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର କଲ୍ୟାଣ ପୁଲିସ ସଡ଼କ ସୁରକ୍ଷା ଅଭିଯାନ ଚଲାଇଛି।

    ପୁଲିସର କହିବାନୁସାରେ, ମଦ ପିଇ ଗାଡ଼ି ଚଲାଇବା ଦ୍ବାରା ଗାଡ଼ି ଅନିୟନ୍ତ୍ରିତ  ହୋଇଥ‌ାଏ। ଏହି କାରଣରୁ ଦୁର୍ଘଟଣା ଘଟିଥାଏ। ତେଣୁ ଲୋକଙ୍କୁ ମଦ ପିଇବାକୁ ବାରଣ କରି ଦୁର୍ଗାଡ଼ି ଛକରେ ଗାଡ଼ି ଚାଳକଙ୍କୁ କ୍ଷୀର ବଣ୍ଟନ କରି ପୁଲିସ ସଚେତନ ବାର୍ତ୍ତା ଦେଇଥିଲା।

    ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ସଡ଼କ ସୁରକ୍ଷାକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୨୦୨୧ରେ ସମଗ୍ରଦୁନିଆରେ ସଡ଼କ ଦୁର୍ଘଟଣାରେ ୧୦୦ଜଣଙ୍କ ମୃତ୍ୟୁ ମଧ୍ୟରୁ ୧୩ଟି ଭାରତରେ ଥିବା ଜଣାପଡ଼ିଥିଲା। ଭାରତରେ ୨୦୧୦ରେ ସଡ଼କ ଦୁର୍ଘଟଣାରେ ୧.୩୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ‌ବେଳେ ଏହା ୨୦୧୨ରେ ବୃଦ୍ଧି ପାଇ ୧,୫୪ଲକ୍ଷ ଓ ୨୦୨୨ରେ ୧.୬୮ଲକ୍ଷରେ ପହଞ୍ଚିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ