Friday, May 17, 2024
37.2 C
Odisha

    ମେଣ୍ଟକୁ ନେଇ ସସପେନ୍ସ ଭିତରେ କନକ ବର୍ଦ୍ଧନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା,କହିଲେ, ଦିଲ୍ଲୀ ଉପରେ ରହିଛି ସମସ୍ତଙ୍କ ନଜର

    ଆଗକୁ ପଢନ୍ତୁ

    ପୁଣି ବଢିଲା ମେଣ୍ଟ ଚର୍ଚ୍ଚା । ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢିଲା । ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ରହିଛି । ସେ ମଧ୍ୟ ଦିଲ୍ଲୀ ଉପରେ ନଜର ରଖିଛନ୍ତି । ଯେପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ସୂଚନା ଆସିନାହିଁ, ସେ ସଂପର୍କରେ କିଛି କହିବା ଠିକ୍ ହେବ ନାହିଁ । ବିଜେପି ଏକ ଜାତୀୟ ଦଳ, ତେଣୁ ପ୍ରାର୍ଥୀ ତାଲିକା ହେଉ ବା ଅନ୍ୟ ଯାହା ବି ହେଉ, ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ବିଜେଡି ଏକ ଆଞ୍ଚଳିକ ଦଳ, ତାଙ୍କର ଓଡ଼ିଶାରେ ନିଷ୍ପତ୍ତିି ହେବ । ମେଣ୍ଟକୁ ନେଇ କର୍ମୀଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ୍ ନୁହଁ । ଦଳର ସ୍ୱାର୍ଥ ଦୃଷ୍ଟିରୁ ଦିଲ୍ଲୀରୁ ଡାକରା ପାଇ ରାଜ୍ୟ ନେତୃତ୍ବ ଦିଲ୍ଲୀ ଯାଇଥିବା ରାଜ୍ୟ ସଭାପତି ସ୍ପଷ୍ଟ କରିଥିବା କହିଛନ୍ତି କନକ ବର୍ଦ୍ଧନ । ତେଣୁ ତାଙ୍କ ଫେରିବାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

    ଏହା ସହ କନକ ବର୍ଦ୍ଧନ କହିଛନ୍ତି, ସେମାନେ ହେଉଛନ୍ତି ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ବା ସୈନ୍ୟ । ଦେଶର ହିତ ପାଇଁ ଯାହା ନିଷ୍ପତ୍ତି ହୁଏ, ସୈନ୍ୟ ଗ୍ରହଣ କରେ । ସେପଟେ ଦିଲ୍ଲୀରେ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନେମୋହନ ସାମଲ, ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି । ଏହା ସହ ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି । କୌଣସି ମୂହୁର୍ତ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୈଠକ କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ ମେଣ୍ଟ ସମ୍ପର୍କରେ କିଛି ନିଷ୍ପତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.2 ° C
    37.2 °
    37.2 °
    31 %
    4.8kmh
    90 %
    Fri
    34 °
    Sat
    35 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ