Monday, June 29, 2026
27.1 C
Odisha

    ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ନିର୍ବାଚନ ବଣ୍ଡ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ନିର୍ବାଚନ ବଣ୍ଡକୁ ନେଇ ଏସବିଆଇକୁ ଝଟକା ଦେଇଛି ସୁପ୍ରିମକୋର୍ଟ । ୧୨ ମାର୍ଚ୍ଚ ଅଥାର୍ତ ଆସନ୍ତାକାଲି ସୁଦ୍ଧା ନିର୍ବାଚନ ବଣ୍ଡକୁ ନେଇ ସବିଶେଷ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ୧୫ ତାରିଖ ସୁଦ୍ଧା ଡାଟା ଉପଲବ୍ଧ କରିବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ଏହାପୂର୍ବରୁ ସମସ୍ତ ତଥ୍ୟ ଉପଲବ୍ଧ କରାଇବାକୁ ସମୟ ମାଗିଥିଲା ଏସବିଆଇ । ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା ଏସବିଆଇ । କିନ୍ତୁ ଅଧିକ ସମୟ ଦେବାକୁ ମନା କରିଥିଲେ ସୁପ୍ରିମକୋର୍ଟ । ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି କହିଛନ୍ତି, ଆବେଦନ ବେଳେ ଏସବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସମସ୍ତ ତଥ୍ୟ ସିଲ୍ କରି ମୁମ୍ବାଇସ୍ଥିତ ଏସବିଆଇର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି । ମୁମ୍ବାଇରେ ଯଦି ସବୁ ବିବରଣୀ ଅଛି ତେବେ ତଥ୍ୟ ଦେବାରେ ଅସୁବିଧା କଣ? ୧୫ ଫେବ୍ରୁଆରୀରେ ମାମଲାର ଶୁଣାଣି ହୋଇଥିଲେ ସେତେବେଳେ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା ତାହାକୁ ଆଜି ଯାଏଁ ଅନୁପାଳନ କାହିଁକି କରାଯାଇ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    27.1 ° C
    27.1 °
    27.1 °
    81 %
    1.7kmh
    100 %
    Sun
    27 °
    Mon
    34 °
    Tue
    34 °
    Wed
    33 °
    Thu
    30 °

    ସମ୍ବନ୍ଧିତ