Sunday, September 13, 2026
23 C
Odisha

    ପବିତ୍ର ବଡ଼ ଦିନରେ ରାଇକିଆ ବାପିଷ୍ଟ ଚର୍ଚ୍ଚରେ ଯୋଗ ଦେଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    କନ୍ଧମାଳ ଜିଲ୍ଲା ରାଇକିଆରେ ପବିତ୍ର ବଡ଼ ଦିନ ପାଳନ ଅବସରରେ ରାଇକିଆ ବାପିଷ୍ଟ ଚର୍ଚ୍ଚରେ ଯୋଗ ଦେଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ । ତାଙ୍କୁ ସେଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନାରେ ପାଛୋଟି ଚର୍ଚ୍ଚକୁ ନେଇଥିଲେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଇ ଭଉଣୀମାନେ ।

    ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଇ ଭଉଣୀମାନଙ୍କ ପାଇଁ କେକ୍, ପିଲାମାନଙ୍କ ପାଇଁ ପେନ୍ ଏବଂ  ସହାୟତା ରାଶି ପ୍ରଦାନ କରିଥିଲେ। ଆଜି ପବିତ୍ର ବଡ଼ ପାଳନ ଦିନ ଅବସରରେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଚର୍ଚ୍ଚରେ ଯୋଗ ଦେଇଥିବାରୁ ଚର୍ଚ୍ଚର ସମସ୍ତ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଇ-ଭଉଣୀମାନେ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

    ଏହା ପରେ ରାଇକିଆ ଲକ୍ଷ୍ମୀ ବଜାର ସ୍ଥିତ ୨୮ ତମ ଲକ୍ଷ୍ମୀ ପୂଜା ଉଦଯାପିତ ଅବସରରେ ଲକ୍ଷ୍ମୀ ପୂଜା କମିଟିର ସଦସ୍ୟମାନଙ୍କ ସହିତ ଭେଟି ଲକ୍ଷ୍ମୀ ପୂଜା କମିଟିକୁ ସହାୟତା ରାଶି ପ୍ରଦାନ କରିଵା ସହ କମିଟି ସହ ଆଲୋଚନା କରିଥିଲେ । ଏନେଇ ଲକ୍ଷ୍ମୀ ପୂଜା କମିଟି, କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

    ଏହି କାର୍ଯ୍ୟକ୍ରମରେ ରାଇକିଆ ବ୍ଳକ ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀ , ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ , ବ୍ଳକ ବିଜେଡି ସଭାପତି ରାମମୋହନ ଦିଗାଳ , ଦେବି ପ୍ରସାଦ ପଣ୍ଡା , ଭୁଷଣ ପ୍ରଧାନ, ମିଥୁନ ଦିଗାଳ ଏବଂ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ରହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ