Sunday, March 29, 2026
31.5 C
Odisha

    ‘ରାଷ୍ଟ୍ର ସର୍ବୋପରୀ’ ବୋଲି କାରଗିଲ ଯୁଦ୍ଧ ଆମ ସମସ୍ତଙ୍କୁ ଶିକ୍ଷା ଦେଇଛି :ସମୀର ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୨୬/୦୭: ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ । କାରଗିଲ ଯୁଦ୍ଧ ବିଜୟ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ । ବିରାଟ ଷଡଯନ୍ତ୍ର ରଚିଥିବା ପଡୋଶୀ ପାକିସ୍ଥାନକୁ ଏହି ଯୁଦ୍ଧରେ ପରାଜିତ କରି ଦେଶମାତୃକାର ସେବା ପାଇଁ ଭାରତର ବୀର ସୈନିକମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ ଏହି ଯୁଦ୍ଧରେ ବିଜୟ ଆଣି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲେ । ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ ତାରିଖକୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି । ଏହି ବୀର ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ୨୫ତମ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । ରାଜ୍ୟ ଯୁବମୋର୍ଚ୍ଚା ତରଫରୁ ଆଜି ୩୬ଟି ସାଂଗଠନିକ ଜିଲ୍ଲାର ୫୦ଟି ସ୍ଥାନରେ ପ୍ରଦର୍ଶନୀ ଓ ଅଖଣ୍ଡ ବିଜୟ ଦୀପ ପ୍ରଜ୍ୱଳନ କରାଯାଇଥିଲା ।
    ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ରାମମନ୍ଦିରଠାରେ ବିଜେପି ଯୁବମୋର୍ଚ୍ଚା ଓ ପୁର୍ବତନ ସେି÷ନିକ ପ୍ରକୋଷ୍ଠ ପକ୍ଷରୁ କାରଗିଲ୍ ବିଜୟ ଉତ୍ସବ ପାଳନ କରାଯାଇଛି । ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି ଏଥିରେ ଯୋଗଦେଇ କହିଛନ୍ତି ଯେ, ‘ରାଷ୍ଟ୍ର ସର୍ବୋପରୀ’ ବୋଲି କାରଗିଲ ଯୁଦ୍ଧ ଆମ ସମସ୍ତଙ୍କୁ ଶିକ୍ଷା ଦେଇଛି । ଶ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଶାସନରେ ଭାରତୀୟ ସେନାର ଶକ୍ତି ବହୁ ଗୁଣିତ ହୋଇଛି । ସାମରିକ ରାଷ୍ଟ୍ର ଭାବେ ଆଜି ଭାରତବର୍ଷ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଠା କରିବାରେ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ଆଜି କାରଗିଲରେ ସୈିନିକମାନଙ୍କ ଗହଣରେ ଏହି ବିଜୟ ଦିବସ ପାଳନ କରୁଥିବାବେଳେ ରାଜ୍ୟରେ ଏହି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ପାଳନ କରାଯିବ । ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାରଗିଲ ବିଜୟ ଦିବସ ପାଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
    ଏହି ଅବସରରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ଅଖଣ୍ଡ ବିଜୟ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଦୀପ ସର୍ବନିମ୍ନ ୨୫ ଘଂଟା ଜଳିବ ବୋଲି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡ଼ାଙ୍କ ସମେତ ଅବସରପ୍ରାପ୍ତ ସେନାଧିକାରୀ ଲେପ୍ଟେନାଂଟ ଜେନେରାଲ ନାରାୟଣ ମହାନ୍ତି. ବ୍ରିଗେଡିଅର ଅଭିମନ୍ୟୁ ରାଉତ, କର୍ଣ୍ଣେଲ ଏମ୍‌.ପି.ନନ୍ଦ, କର୍ଣ୍ଣେଲ ଦେବରାଜ ମହାନ୍ତି, କର୍ଣ୍ଣେଲ କେ.କେ.ସାହୁ, ସୁବେଦାର ମାନସ ଶତପଥୀ ଓ ସୁବେଦାର ମେଜର ପି.କେ.ଦାସ ପ୍ରମୁଖ ଯୋଗଦେଇ କାରଗିଲ୍ ଯୁଦ୍ଧ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ୬୦ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ସେନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଜୀବନ ରାଉତ, ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ୱାଳ, ମନୋଜ ପ୍ରଶ୍ଚିମକବାଟ, ରାଜ୍ୟ କୋଷାଧ୍ୟକ୍ଷ ଆଶୁତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ