Sunday, May 5, 2024
28.6 C
Odisha

    କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ନାମରେ ଅସଦାଚରଣ ମାମଲା

    ଆଗକୁ ପଢନ୍ତୁ

    କର୍ଣ୍ଣାଟକର ପୂର୍ବତନ ମୂୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଆଇନ ଅଧିନରେ ମାମଲା ରୁଜୁ ହୋଇଛି । ୟେଦିୟୁରପ୍ପାଙ୍କ ନାମରେ ଜଣେ ନାବାଳିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହି ମାମଲା ଫେବୃଆରୀ ୨ ତାରିଖରେ ବେଙ୍ଗାଲୁରୁରେ ଘଟିଥିବା କଥା ଅଭିଯୋଗପତ୍ରରେ ଲେଖାଯାଇଛି । ଜଣେ ୧୭ ବର୍ଷିୟା ନାବାଳିକାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁର ସଦାଶିବନଗର ପୋଲିସ ଷ୍ଟେସନରେ ବିଏସ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଓ ଧାରା ୩୫୪(କ) ଆଧାରରେ ମାମଲା ରୁଜୁ ହୋଇଥିଲଶ । ହେଲେ କର୍ଣ୍ଣାଟକ ଡିଜିପି ମାମଲାକୁ ସିଆଇଡି ହାତକୁ ଦେଇଛନ୍ତି । ଅଭିଯୋଗ ମୁତାବକ ନାବାଳିକା ଜଣଙ୍କ ଫେବୃଆରୀ ୨ ତାରିଖରେ ତାଙ୍କ ସହିତ ହୋଇଥିବା ଉତ୍ପୀଡନ ମାମଲାରେ ୟେଦିୟୁରପ୍ପାଙ୍କ ନିକଟକୁ ସହାୟତା ମାଗିବାକୁ ବେଙ୍ଗାଲୁରୁ ସ୍ଥିତ ଘରକୁ ଯାଇଥିଲେ । ଏହି ସମୟରେ ୟେଦିୟୁରପ୍ପା ତାଙ୍କୁ ଏକ ଘରକୁ ଟାଣିନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣଙ୍କ । ଏନେଇ ନାବାଳିକା ଜଣଙ୍କ ପ୍ରଥମେ ତାଙ୍କ ମା’ଙ୍କୁ ଜଣାଇଥିଲେ ।

    ପୀଡିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ ମାମଲା ରୁଜୁ ହୋଇଛି । ହେଲେ ଏହି ମାମଲା ସାମ୍ନାକୁ ଆସିବା ପରେ ଏହାକୁ ଖଣ୍ଡନ କରିଛନ୍ତି । ଏହାସହ ତାଙ୍କ କାର୍ଯ୍ୟାଳୟରୁ କିଛି ଦସ୍ତାବିଜ ଜାରି କରାଯାଇ କୁହାଯାଇଛି କି, ଯେଉଁ ମହିଳା ଥାନାରେ ଅଭିଯୋଗ କରିଛନ୍ତି ସେ ଏହା ପୂର୍ବରୁ ଏଭଳି ଭାବେ ୫୩ ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛନ୍ତି ।

    ସେପଟେ ପୀଡତାଙ୍କ ମା’ କହିଛନ୍ତି କି, ଏନେଇ ୟେଦିୟୁରପ୍ପାଙ୍କୁ ପଚାରିବାରୁ ସେ କହିଥିଲେ କି ସେ ଦେଖୁଥିଲେ ନାବାଳିକା ସହ ଦୁଷ୍କର୍ମ ହୋଇଛି କି, ନାହିଁ । ଏହାପରେ ୟେଦିୟୁରପ୍ପା କ୍ଷମା ମାଗିବା ସହ କାହା ଆଗରେ ଏସବୁ କିଛି ନ କହିବାକୁ ପୀଡିତାଙ୍କ ମା’ଙ୍କୁ କହିଥିବା ପୀଡିତାଙ୍କ ମା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    59 %
    2.6kmh
    3 %
    Sun
    29 °
    Mon
    43 °
    Tue
    40 °
    Wed
    41 °
    Thu
    40 °

    ସମ୍ବନ୍ଧିତ