Tuesday, September 22, 2026
23.5 C
Odisha

    ଇନଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ, ନିଶା ଦେଇ କଲେ ଦୁଷ୍କର୍ମ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଏକ ସମାନ ଘଟଣା ଘଟିଛି। ଇନଷ୍ଟାଗ୍ରାମରୁ ବନ୍ଧୁ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଇ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦେଖା କରିବା ଆଳରେ ଯୁବକ ଜଣତ ତାଙ୍କୁ ଅପହରଣ ପରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

    ସୂଚନା ଅନୁସାରେ, କର୍ଣ୍ଣାଟକର ଜଣେ ମହିଳା ଇନଷ୍ଟାଗ୍ରାମ ଜରିଆରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ବନ୍ଧୁତା କରିଥିଲେ। କିଛି ଦିନ ପରେ ଉଭୟ ଏକ ସ୍ଥାନରେ ଭେଟିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ମହିଳା ଜଣକ ଉକ୍ତ ସ୍ଥାନରେ ପହଞ୍ଚିଥିଲେ।

    ଏହାପରେ ଅଭିଯୁକ୍ତ ଏବଂ ତାଙ୍କର ଜଣେ ବନ୍ଧୁ ମହିଳାଙ୍କୁ ସେଠାରୁ ଏକ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ବିଅରରେ ନିଶା ମିଶାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି। ଏପରିକି ନିଶା ହେବା ପରେ ତାଙ୍କ ସହ ଅସଦାଚରଣ କରା ଯାଇଥିବା ପୁଲିସ କହିଛି।ଅଭିଯୁକ୍ତମାନେ ମହିଳାଙ୍କୁ ଯେତେବେଳେ କାରରେ ତାଙ୍କ ଘର ପାଖରେ ଛାଡିଥିଲେ, କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ସନ୍ଦେହ କରିଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପାଇଁ ମହିଳାଙ୍କୁ ଡାକ୍ତରଖାନାକୁ ପଠାଇଛି।

    ସେପଟେ ମହିଳାଙ୍କ ପରିବାର ଲୋକେ ଗଣଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି। ପୁଲିସ କହିଛନ୍ତି ଯେ, ମହିଳାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଏବଂ ବୟାନ ଆଧାରରେ ଅଧିକ ତଦନ୍ତ କରାଯିବ।

    ନିକଟରେ ମହାରାଷ୍ଟ୍ରରେ ଏହିପରି ଏକ ସମାନ ଘଟଣା ଘଟିଥିଲା। ଜଣେ 14 ବର୍ଷର ନାବାଳିକା ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିବା ଜଣେ ଯୁବକଙ୍କୁ ଭେଟିବାକୁ ଯାଇ ଥିବାବେଳେ ତାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରା ଯାଇଥିବା ଅଭିଯୋଗ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.5 ° C
    23.5 °
    23.5 °
    94 %
    0.5kmh
    100 %
    Mon
    24 °
    Tue
    27 °
    Wed
    27 °
    Thu
    24 °
    Fri
    28 °

    ସମ୍ବନ୍ଧିତ