Sunday, September 27, 2026
21.7 C
Odisha

    ଫେଲ ମାରିଲା ବିଜେପି ହେଭିୱେଟ୍ ନେତାଙ୍କ ପ୍ରଚାର, କର୍ମୀ ନଥିବାରୁ ୨୦ ମିନିଟ ସଭା କରି ଫେରିଗଲେ ତୁଙ୍ଗନେତା

    ଆଗକୁ ପଢନ୍ତୁ

    ଫେଲ ମାରିଲା ବିଜେପିର ହେବିୱେଟ ନେତାଙ୍କ ପ୍ରଚାର । କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ଆଗାମୀ ନିର୍ବାଚନରେ ବିଜୟ କରାଇବା ପାଇଁ ବିଜେପିର ହେଭିୱେଟ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଶନିବାର ଅପରାହ୍ନରେ ସ୍ଥାନୀୟ ବଉଳ ବିହାର ସନ୍ନିକଟ ପଡ଼ିଆରେ ଏକ ଜନସଭାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମିଳିତ ଭାବେ ଯୋଗଦେଇଥିଲେ। ଏହିସବୁ ତୁଙ୍ଗନେତାଙ୍କ ଭାଷଣ ଶୁଣିବା ପୂର୍ବରୁ ସବୁକିଛି ପାଣିପାଗ ବିଗାଡି ଦେଲା । ବର୍ଷା କମିବା ପରେ ଷ୍ଟେଜରୁ ଥପ ଥପ ହୋଇ ପାଣି ବୋହିଲା । ବର୍ଷା କମିବା ପରେ ତୁଙ୍ଗନେତାମାନେ ଷ୍ଟେଜ ଉପରକୁ ଯାଇଥିଲେ । ହେଲେ କର୍ମୀଙ୍କ ଦେଖାମିଳିଲା ନାହିଁ । ସମୁଦାୟ ଦେଢ଼ ଶହ କର୍ମୀରେ ମାତ୍ର ୨୦ ମିନିଟ ଭାଷଣ ଦେଇ ତୁଙ୍ଗନେତାମାନେ ଫେରିବାକୁ ବାଧ୍ୟ ହେଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଉପସଭାପତି ଉପିନ୍ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ ଓ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା, ରାଜନଗର ବିଧାୟକ ପ୍ରାର୍ଥୀ ଲଳିତ ବେହେରା, ମହାକାଳପଡା ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ ନାୟକ, ପାଟକୁରା ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡ଼େଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ମାତ୍ର ଦେଢ଼ ଶହ ଲୋକ ଉପସ୍ଥିତ ଥିବା ଦେଖାଯାଇଥିଲା ଓ ଚେୟାର ଗୁଡିକ ଖାଲି ପଡିଥିଲା । ଏଥିରୁ ଜିଲ୍ଲା ବିଜେପି କେତେ ସଂଗଠିତ ତାହା ପ୍ରତୀୟମାନ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ