Monday, October 12, 2026
22.9 C
Odisha

    କଙ୍ଗନାଙ୍କୁ ଚାପୁଡ଼ାମାଡ଼ ଘଟଣା: ଖଲିସ୍ତାନ ଆତଙ୍କବାଦୀ ଅଭିଯୁକ୍ତ ସିଆଇଏସଏଫଙ୍କ ନାମରେ ଘୋଷଣା କରିଛି ପୁରସ୍କାର ରାଶି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚଣ୍ଡିଗଡ଼ ବିମାନବନ୍ଦରରେ ହିମାଞ୍ଚଳ ପ୍ରଦେଶର ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଖଲିସ୍ତାନ ସମର୍ଥକ ତଥା ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ସଦସ୍ୟ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ ମହିଳା ଯବାନଙ୍କୁ ସମର୍ଥନ କୁଲବିନ୍ଦର କୌରଙ୍କ ପାଇଁ ୧୦,୦୦୦ ଡଲାର (ପ୍ରାୟ ୮ ଲକ୍ଷ ଟଙ୍କା)ର ପୁରସ୍କାର ରାଶି ଘୋଷଣା କରିଛି। ଏକ ଭିଡିଓ ପୋଷ୍ଟ କରି ପନ୍ନୁ କହିଛି, କଙ୍ଗନାଙ୍କୁ ଚାପୁଡ଼ା ମାରିବା ଘଟଣାରେ ମୁଁ ଖୁବ ଖୁସି ଅଛି।  ସେଥିପାଇଁ ଉକ୍ତ ସିଆଇଏସଏଫ ଯବାନଙ୍କୁ ମୁଁ ପୁରସ୍କୃତ କରିବାକୁ ଚାହେଁ।।’

    ଏହି ଘଟଣା ଦେଶରେ ଏକ ବଡ ବିବାଦ ସୃଷ୍ଟି କରିଛି। ଏହି ଘଟଣା ପରେ କଙ୍ଗନା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ ମହିଳା କନଷ୍ଟେବଳ ଖଲିସ୍ତାନୀ ଶୈଳୀରେ ମୋ  ମୁହଁକୁ ଚାପୁଡ଼ା ମାରିଛନ୍ତି। ବୋଧହୁଏ ଏହା ଖଲିସ୍ତାନରେ ଯୋଗଦେବା ପାଇଁ ତାଙ୍କର ଉପାୟ ଥିଲା |’

    କଙ୍ଗନାଙ୍କ ଅଭିଯୋଗ ପରେ ମହିଳା ଯବାନଙ୍କୁ ନିଲମ୍ବିତ କରାଯାଇଛି, କିନ୍ତୁ ଏହି ଘଟଣାରେ ଖଲିସ୍ତାନୀ ଆତଙ୍କବାଦୀ ସିଆଇଏସଏଫ ଯବାନ କୁଲବିନ୍ଦର କୌରଙ୍କୁ ସମର୍ଥନ କରିବା ଏବଂ ପୁରସ୍କାର ରାଶି ଘୋଷଣା କରିବା ଏକ ଗୁରୁତର ବିଷୟ ପାଲଟି ଯାଇଛି।

    ଏହି ଘଟଣା ଦେଶର ସୁରକ୍ଷା ଏବଂ ଜାତୀୟ ଏକତା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ପୁଲିସ ଏହି ଘଟଣାର ତଦନ୍ତ କରିବା ସହିତ ଖଲିସ୍ତାନୀ ଆତଙ୍କବାଦର ଏହି ନୂତନ ଦିଗ ଉପରେ ତୀକ୍ଷ୍ଣ ନଜର ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ