Wednesday, September 23, 2026
25.1 C
Odisha

    ଓଡ଼ିଶାରେ ଏମିତି ଖଣିଜ ପଦାର୍ଥ ଅଛି ଯାହା ଭାରତର ଅନ୍ୟ ଜାଗାରେ ମିଳେ ନାହିଁ: ପଦ୍ମଶ୍ରୀ ଡଃ କୋଟା ହରିନାରାୟଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆଗ୍ରହ କମ୍ ଥିବା କହିଲେ ପଦ୍ମଶ୍ରୀ ଡଃ କୋଟା ହରିନାରାୟଣ । ଓଡ଼ିଶା ହେଉଛି ବିଭିନ୍ନ ପ୍ରକାର ଖଣିଜ ସମ୍ପଦର ଗନ୍ଥା ଘର। ଏଠି ଏମିତି ଅନେକ ଖଣିଜ ଅଛି ଯାହା ଭାରତର ଅନ୍ୟ ଜାଗାରେ ମିଳେ ନାହିଁ। ଏମିତି କିଛି ଖଣିଜ ଅଛି ଯାହା ଆଗାମୀ ପିଢ଼ିର ଟେକ୍ନୋଲୋଜି କ୍ଷେତ୍ରରେ ବହୁ ଆବଶ୍ୟକ। ଏରୋ ସ୍ପେସ, ସ୍ପେସ କ୍ରାଫ୍ଟ , କ୍ଲାଇମେଟ ଟେକ୍ନୋଲୋଜି ଏଇ ସବୁ କ୍ଷେତ୍ର ପାଇଁ ଓଡ଼ିଶାରେ ମହଜୁଦ ଥିବା ଖଣିଜ ପଦାର୍ଥ ବେଶ୍ ଉପଯୋଗୀ। ୟା ଭିତରୁ ଅନେକ ଖଣିଜକୁ ଆମେ ବାହାରକୁ ରପ୍ତାନି କରିଦେଉଛନ୍ତି।ଆମ ପାଖରେ ସବୁ ଜିନିଷ ରହିଛି ଓଡ଼ିଶାକୁ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ନେବାର କିନ୍ତୁ ଆବଶ୍ୟକ ଚେଷ୍ଟାର ଅଭାବ ଓଡ଼ିଶାରେ ଦେଖିବାକୁ ମିଳୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ଦିଗରେ ପଦକ୍ଷେପ ନେଇ ହେବ। ଚେଷ୍ଟା କଲେ ଆଗାମୀ ୫ ରୁ ୬ ବର୍ଷରେ ଓଡ଼ିଶା ନୂତନ ଜ୍ଞାନ କୌଶଳ ତଥା ଟେକ୍ନୋଲୋଜିରେ ସାରା ଭାରତରେ ଏକ ନମ୍ବର ହୋଇପାରିବ। ଓଡ଼ିଶାରେ ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଆମ ପାଖରେ ସେତିକି ସମ୍ବଳ ଅଛି ଯାହାକୁ ଉପଯୋଗ କରିପାରିଲେ ସାରା ଭାରତରୁ ଲୋକେ ଓଡ଼ିଶାରେ ସୁଯୋଗ ପାଇଁ ଆସିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    3.5kmh
    95 %
    Wed
    26 °
    Thu
    26 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ