Thursday, June 26, 2025
26.3 C
Odisha

    ମେଣ୍ଟ ଚର୍ଚ୍ଚା ଗଣମାଧ୍ୟମ କରୁଛି, ଆମେ ନୁହେଁ, ସବୁ ସିଟରେ ଲଢିବାକୁ ପ୍ରସ୍ତୁତ ହେଉଛି ରାଜ୍ୟ ବିଜେପି : ଲତା ଉସେଣ୍ଡି

    ଆଗକୁ ପଢନ୍ତୁ

    ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ, ପୁଣିଥରେ ଦୁଇ ଦଳ ଭିତରେ ମେଣ୍ଟ ଚର୍ଚ୍ଚାକୁ ନା କହିଛନ୍ତି ବିଜେପିର ବରିଷ୍ଠ ନେତୃତ୍ୱ । ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ବିଜେପି ସବୁ ସିଟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛି । ଦିଲ୍ଲୀ ବୈଠକରେ ପ୍ରତିଟି ଆସନ ଉପରେ ଚର୍ଚ୍ଚା ହେଇଛି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ , ଗଣମାଧ୍ୟମ ମେଣ୍ଟ ଚର୍ଚ୍ଚା କରୁଛି, ହେଲେ ସେ କରୁନାହାଁନ୍ତି । ଦିଲ୍ଲୀରେ ହେଇଥିବା ବୈଠକରେ ଉଭୟ ଲୋକସଭା ଏବଂ ବିଧାନସଭା ସିଟକୁ ନେଇ ଚର୍ଚ୍ଚା ହେଇଥିଲା । ସବୁ ସିଟରେ ଲଢେଇ କରିବାକୁ ବିଜେପି ପ୍ରସ୍ତୁତ ହେଉଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗତକାଲିର ଭିଡିଓକୁ ନେଇ ଲତା ଉସେଣ୍ଡି କହିଛନ୍ତି ଯେ, ଏହା ତାଙ୍କ କଥା, କିଏ ମିଛ କହୁଛି, କିଏ କଣ କରୁଛି ଏହା ତାଙ୍କର କଥା ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.3 ° C
    26.3 °
    26.3 °
    83 %
    2.2kmh
    100 %
    Thu
    30 °
    Fri
    31 °
    Sat
    32 °
    Sun
    31 °
    Mon
    31 °

    ସମ୍ବନ୍ଧିତ