Tuesday, July 1, 2025
25.7 C
Odisha

    କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ଶ୍ରେୟ ନେବାକୁ ଚାହୁଁଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ

    ଆଗକୁ ପଢନ୍ତୁ

    କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ଷ୍ଟିକର ଲଗାଇ ଶ୍ରେୟ ନେଉଥିବା ଅଭିଯୋଗ ଆଣିଛି ବିଜେପି । ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ପରଘର ତିଅଣରେ ଅତିଥି ଚର୍ଚ୍ଚାକୁ ଆଉ ଓଡ଼ିଶା ଲୋକ ଗ୍ରହଣ କରିବେନି । କପିପେଷ୍ଟ ସରକାର ସାଜିଛି ବିଜେଡି । କେନ୍ଦ୍ର ଅର୍ଥରୁ କେନ୍ଦ୍ରୀୟ ଯୋଜନାରୁ ଲୋକପ୍ରିୟତା, ଶ୍ରେୟ ନେବା ପାଇଁ ଲମ୍ବା ସମୟ ହେଲା ଚେଷ୍ଟା ଚଳେଇଛି ବିଜେଡି । ଆଗରୁ କଂଗ୍ରେସ ଓ ବିଜେଡି ଉଭୟ ଏ ଆଉ ବି ଟିମ୍ ଭାବେ କାମ କରୁଥିଲେ, ଏ ପ୍ରସଙ୍ଗକୁ ଉଠାଉ ନଥିଲେ । ବିଜେପି ମୁଖ୍ୟ ବିରୋଧୀ ଦଳ ହେବା ପରେ ବାରମ୍ବାର ଅଭିଯୋଗ କରିଛୁ ବିଜେଡି କେନ୍ଦ୍ରୀୟ ଯୋଜନା ହଡପ କରୁଛି ।ମାଗଣା ଚାଉଳ ମୋଦି ଦେଉଛନ୍ତି ହେଲେ ରାଜ୍ୟ ସରକାର ହାତଗଣତି କିଛି ଲୋକଙ୍କୁ ଦେଇ ଶ୍ରେୟ ନେବାକୁ ଚେଷ୍ଟା କରୁଛି । ୩ କୋଟି ୨୭ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି ମୋଦି, ମାତ୍ର ୫ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛି ବିଜେଡି ସରକାର । ହେଲେ ସବୁ ହିତାଧିକାରୀଙ୍କୁ ଶଙ୍ଖ, ସରକାରଙ୍କ ଲଗୋ, ଫାଇଭ ଟି ଚିହ୍ନ ଲଗାଇ ବ୍ୟାଗ ବାଣ୍ଟୁଛି ବିଜେଡି । ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି । ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ, ସବୁ ଘରକୁ ପହଞ୍ଚିବ ବିଜେପି । ୨ ନମ୍ବରି ରାଜନୀତି ଆଉ ଚୋରି ରାଜନୀତିରୁ ବାଦ୍ ରହିବାକୁ ଲେଖାଶ୍ରୀ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    87 %
    3kmh
    100 %
    Tue
    25 °
    Wed
    27 °
    Thu
    32 °
    Fri
    27 °
    Sat
    28 °

    ସମ୍ବନ୍ଧିତ