Sunday, June 1, 2025
35.9 C
Odisha

    ଫଗୁଣରେ ବି ୩୫ ଡିଗ୍ରୀ ଉପରେ ତାପମାତ୍ରା, ୧୯ରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗରମରେ ଲାଗିବ ବ୍ରେକ । ୧୯ରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୯ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

    ପଶ୍ଚିମା ଝଡ଼ ପ୍ରଭାବରେ ୧୯ରୁ ୨୦ ତାରିଖ ଯାଏ ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୦ରୁ ୨୧ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ଫେବ୍ରୁଆରୀ ଆରମ୍ଭରୁ ଟାଇଁଟାଇଁ ଖରା ପରେ ଆସନ୍ତା ସପ୍ତାହରେ ବର୍ଷା ରାଜ୍ୟବସୀଙ୍କୁ ଆଣିଦେବ ଆଶ୍ବସ୍ତି ।

    ଅନ୍ୟପଟେ ଫଗୁଣରେ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି । କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି । ଗତକାଲି ଖୋର୍ଦ୍ଧା ତାପମାତ୍ରା ୩୫.୫ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରରେ ୩୩.୮ ଡିଗ୍ରି ରହିଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୬.୫ଡିଗ୍ରି ‌ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୩୫.୬ ଓ ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରି ରହିଥିଲା । ଏହି ୩ ସହର ସମେତ ୯ ସହରର ତାପମାତ୍ରା ୩୪ ଡିଗ୍ରି ଉପରେ ରହିଛି । ୩୬ ସହରର ତାପମାତ୍ରା ୩୦ଡିଗ୍ରି ଉପରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅନୁଗୁଳ, ଝାରସୁଗୁଡ଼ାରେ ତାତି ଅସହ୍ୟ ହେଲାଣି । ୧୮ ତାରିଖ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    28 %
    4.1kmh
    90 %
    Sun
    36 °
    Mon
    40 °
    Tue
    39 °
    Wed
    39 °
    Thu
    40 °

    ସମ୍ବନ୍ଧିତ