Monday, October 19, 2026
24.8 C
Odisha

    ବଜ୍ରପାତରେ ଆଖି ବୁଜିଲେ ମା’ ପୁଅ

    ଆଗକୁ ପଢନ୍ତୁ

    ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଧୀନ ମହରାପଦର ପଞ୍ଚାୟତ ଚାଉଳ ବାଞ୍ଜି ଗ୍ରାମର ଏକ କପା କିଆରିରେ କାମ କରୁଥିବାବେଳେ ବଜ୍ରପାତରେ ମା’ ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଚାଉଳବାଞ୍ଜି ଗାଁର ଚୁଡ଼ା ଖର୍ସେଲଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ଖରସେଲ(୩୮) ଓ ପୁଅ ଦୀପକ ଖରସେଲ(୧୭)ଙ୍କ ପୁରନ୍ଦର ଖର୍ସେଲ (୩୬) ଅପରାହ୍ନରେ କପା କିଆରିରେ କାମ କରୁଥିଲେ । ଏହି ସମୟରେ ଘଡ଼ଘଡି ସହ ପ୍ରବଳ ବ୍ରଜପାତ ହୋଇଥିଲା । ଏଥିରେ ଘଟଣାସ୍ଥଳରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ କାକା ଗୁରୁତର ହୋଇଥିଲେ । ଖବକ ପାଇ ଖପ୍ରାଖୋଲ ପୁଲିସ୍‌, ତହସିଲ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଥିବାବେଳେ ଏହି ଦୁଃଖଦ ଖବର ପାଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.8 ° C
    24.8 °
    24.8 °
    81 %
    0.4kmh
    37 %
    Mon
    30 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ