Wednesday, October 7, 2026
27.2 C
Odisha

    ବସ୍‌ରୁ ଲକ୍ଷ୍ମୀ ଲୋଗୋ ଉଭାନ, କାହା ନିର୍ଦ୍ଦେଶରେ ହଟିଲା?

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ରାଜ୍ୟ ସରକାର ନିର୍ବାଚନ ଠିକ ପୂର୍ବରୁ ଗ୍ରାମାଞ୍ଚଳରୁ ସହରକୁ ପରିବହନ ସୁବିଧା ଦେବା ନିମନ୍ତେ କମ ମୂଲ୍ୟରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥିଲେ।ଯେଉଁଠି ମହିଳାମାନେ ମାତ୍ର ୫ଟଙ୍କାରେ ନିଜ ଗାଁରୁ ନିଜ ବ୍ଲକ ସଦର ମହକୁମାକୁ ଯାତାୟତ କରିପାରୁଛନ୍ତି। ସେଇ ବସଟି ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ପରିଚାଳିତ ହେଉଥିବା ବେଳେ ବସର ଦୁଇ ପାଖରେ ଲକ୍ଷ୍ମୀ ବସ ଲେଖା ଏବଂ ଦୁଇଟି ନର୍ତ୍ତକୀ ଶଙ୍ଖ ଫୁଙ୍କୁଥିବା ଷ୍ଟିକର ଲାଗିଥିଲା। ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଶଙ୍ଖ ଷ୍ଟିକର ଉପରେ ମାଟିଆ ସେଲୋ ଟେପ ଲଗାଯାଇଥିଲା। ହେଲେ ଆଜି ହଠାତ ସକାଳୁ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଲକ୍ଷ୍ମୀ ବସରେ ଆଉ ଲକ୍ଷ୍ମୀ ଷ୍ଟିକର ଲୋଗ ନର୍ତ୍ତକୀ ଷ୍ଟିକର ଉଭାନ ହୋଇଯାଇଛି। ସମ୍ପୂର୍ଣ୍ଣ ଧଳା ରହିଛି। କୌଣସି ଷ୍ଟିକରର ଚିହ୍ନ ବର୍ଣ୍ଣ ନାହିଁ। ହେଲେ ଏହି ଷ୍ଟିକର କିଏ କାଢ଼ିଲା ଏବଂ କାହା ନିର୍ଦେଶରେ କଢ଼ାଗଲା କାହାପାଖରେ ଖବର ନାହିଁ। ବସ କର୍ମଚାରୀ କିଛି ଜାଣି ନାହାନ୍ତି। କାରଣ ବସ ନିଜ ରୁଟ ସାରି ଫେରି ସ୍ଥାନୀୟ ବ୍ଲକ ପରିସରରେ ବସକୁ ରଖି ନିଜ ନିଜ ଘରକୁ ଯାଇଥାନ୍ତି। ତେଣୁ ସେମାନେ ଜାଣି ନଥିବା କହିଛନ୍ତି। ଆଗକୁ ଏହି ବସ ଚାଲିବ କି ନାହିଁ ସମସ୍ତେ ଦ୍ଵନ୍ଦରେ ରହିଲେଣି। ସତାରୁ ବିଜେଡି ଯାଉ ଯାଉ ଲକ୍ଷ୍ମୀ ବସରୁ ଲକ୍ଷ୍ମୀ ଉଭେଇ ଯିବା ପରେ ଆଗକୁ କଣ ହେବ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡକୁ ନେଇ ଯେଉଁଭଳି ଗୁଜବ ସୃଷ୍ଟି ହେଲା ଶେଷରେ ସ୍ୱାସ୍ଥ୍ୟ ସଚିବ ଏବଂ ମୁଖ୍ୟ ଶାସନ ସଚିବ ସ୍ପଷ୍ଟୀକରଣ ପ୍ରଦାନ କଲେ ସେଇଭଳି ସୋସିଆଲ ମିଡିଆରେ ବିଭିନ୍ନ ଯୋଜନାକୁ ନେଇ ଗୁଜବ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଲକ୍ଷ୍ମୀ ବସରୁ ଲକ୍ଷ୍ମୀ ଲୋଗ ଷ୍ଟିକର ଲିଭାଜିବା ଦୃଶ୍ୟ ଦେଖିବାକୁ ମିଳିଛି। ଦେଖାଯାଉ ଆଗକୁ ଲକ୍ଷ୍ମୀ ବସର ଭାଗ୍ୟ କେଉଁ ଦିଗକୁ ଗତି କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ