Thursday, February 5, 2026
15.6 C
Odisha

    ଦୁଇଟି ଆସନରୁ ଲଢିବେ ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ଲୋକସଭା ନିର୍ବାଚନ ନେଇ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ହୋଇନଥିବା ବେଳେ କିଛି ଚିରାଚରିତ ଆସନ ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବେର ସାଂସଦ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଠୀ ଓ କେରଳର ୱାଇନାଡୁ ଆସନରୁ ନିର୍ବାଚନ ଲଢିବେ । ଏନେଇ କଂଗ୍ରେସ ତରଫରୁ କୌଣସି ସୂଚନା ଦିଆଯାଇନଥିଲେ ବି ସୂତ୍ର ସୂଚନା ଆଧାରରେ ଏଭଳି ଖବର ଆସିଛି । ସେହିଭଳି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏଥର ରାଏବରେଲୀ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।ଆମେଠୀରୁ ବିଜେପି ପୁଣିଥରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିଛି । ଗତ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ଆମେଠୀ ଆସନରେ ପରାଜିତ କରିଥିଲେ । ସେହିଭଳି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ପ୍ରିୟଙ୍କା ଗାନ୍ଧୀ ଯେଉଁ ରାଏବରେଲୀ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ତାହା ତାଙ୍କ ମା, ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିରାଚରିତ ଆସନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.6 ° C
    15.6 °
    15.6 °
    59 %
    1.2kmh
    0 %
    Thu
    31 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ