ସନାତନ ଧର୍ମରେ ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କର ଏକ ରୂପ ଭାବରେ ବିବେଚନା କରାଯାଏ । ପ୍ରତ୍ୟେକ ହିନ୍ଦୁ ଘରର ଅଗଣାରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ପ୍ରାୟତଃ ସେମାନଙ୍କ ମୁଖ୍ୟ ପ୍ରବେଶ ଦ୍ବାରରେ ତୁଳସୀ ଗଛ ଲଗାଇଦିଅନ୍ତି । ବାସ୍ତୁ ଅନୁସାରେ ମୁଖ୍ୟ ପ୍ରବେଶ ଦ୍ବାରରେ ତୁଳସୀ ଗଛ ଲଗାଇବା ଭାଗ୍ୟକୁ ଉଜ୍ଜ୍ବଳ କରିପାରେ କିନ୍ତୁ ଛୋଟ ଭୁଲ ବର୍ବାଦ କରିଦେଇପାରେ । ତେବେ ଆସନ୍ତୁ ପ୍ରବେଶ ଦ୍ବାରରେ ତୁଳସୀ ଗଛ ଲଗାଇବାର ସଠିକ୍ ଉପାୟ ବିଷୟରେ ଜାଣିବା ।
ଘରର ମୁଖ୍ୟ ଦ୍ବାରରେ ତୁଳସୀ ଗଛ ଲଗାଇପାରିବେ । ପ୍ରବେଶ ଦ୍ବାର ଦେଇ ଆସୁଥିବା ନକରାତ୍ମକ ଶକ୍ତି ରୋକି ସକରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦିଏ । ହେଲେ ଏହାକୁ କରିବା ପାଇଁ କିଛି ନିୟମ ରହିଛି ।
ଯଦି ଆପଣଙ୍କ ପ୍ରବେଶ ଦ୍ବାର ଉତ୍ତର କିମ୍ବା ପୂର୍ବ ଦିଗରେ ଥାଏ ତେବେ କେବଳ ମୁଖ୍ୟ ପ୍ରବେଶ ଦ୍ବାରରେ ତୁଳସୀ ଗଛ ରଖନ୍ତୁ । ଦକ୍ଷିଣ ଦିଗକୁ ମୁହଁ କରି ଦ୍ବାରରେ ତୁଳସୀ ଗଛ ଆଦୌ ଲଗାନ୍ତୁ ନାହିଁ । ନଚେତ୍ ଘରେ ଦାରିଦ୍ର୍ୟତାକୁ ଡାକି ଆଣିପାରେ ।
ଯଦି ଆପଣଙ୍କର ମୁଖ୍ୟ ପ୍ରବେଶ ଦ୍ବାରରେ ତୁଳସୀ ଗଛ ଅଛି ତେବେ ସେଠାରେ ଜୋତା, ଡଷ୍ଟବିନ୍ କିମ୍ବା ଝାଡୁ ରଖନ୍ତୁ ନାହିଁ । ନଚେତ୍ ଦେବୀ ଲକ୍ଷ୍ମୀ କ୍ରୋଧିତ ହେବେ । ଯାହା ଦ୍ବାରା ଆର୍ଥିକ ସମସ୍ୟା ଦେଖାଦେଇପାରେ ।
ଯଦି କୌଣସି କାରଣବଶତଃ ତୁଳସୀ ଗଛ ଶୁଖିଯାଏ ତେବେ ଏହାକୁ ତୁରନ୍ତ ନଦୀରେ ଉଭେଇ ଦିଅନ୍ତୁ ଏବଂ ନୁଆ ଗଛ ଲଗାନ୍ତୁ । ନାରାୟଣ ପାଇଯାଇଥିବା ଗଛ ଦାରିଦ୍ର୍ୟତାକୁ ନିମନ୍ତ୍ରଣ କରେ । ଏହା ବ୍ୟତୀତ ଯଦି ଗଛଟି ମୁଖ୍ୟ ପ୍ରବେଶ ଦ୍ବାରରେ ଅବସ୍ଥିତ ତେବେ ପ୍ରତିଦିନ ସନ୍ଧ୍ୟାରେ ଘିଅ ଦୀପ ଜାଳନ୍ତୁ । ଯାହା ବାସ୍ତୁଦୋଷ ଦୂର କରେ ଏବଂ ପ୍ରଗତି ପାଇଁ ନୂଆ ରାସ୍ତା ଦେଖାଏ ।
