Saturday, April 19, 2025
40.3 C
Odisha

    ମଧ୍ୟପ୍ରଦେଶ ବାଣ ବିସ୍ଫୋରଣ ଘଟଣାରେ ମାଲିକ ସମେତ ୩ ଗିରଫ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶ ବାଣ ବିସ୍ଫୋରଣ ଘଟଣାରେ ମାଲିକ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ମାଲିକ ରାଜେଶ ଅଗ୍ରୱାଲ ଓ ସୋମେଶ ଅଗ୍ରୱାଲ ଓ ଅନ୍ୟ ଜଣେ ରଫିକ ଖାନ୍ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଘଟଣା ପରେ ଦିଲ୍ଲୀ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ ଗିରଫ କରିଛି ପୁଲିସ । ମଧ୍ୟପ୍ରଦେଶ ବାଣ ବିସ୍ଫୋରଣ ଘଟଣାରେ ମାଲିକ ସମେତ ୩ ଗିରଫ । ଦିଲ୍ଲୀ ଫେରାର ଉଦ୍ୟମ ବେଳେ ଗିରଫ କଲା ପୋଲିସ । ବଡ଼ କଥା ହେଉଛି ବାଣ ବିସ୍ଫୋରଣ ହୋଇଥିବା କାରଖାନାର ଲାଇସେନ୍ସ ନଥିବା ଜଣାପଡ଼ିଛି । ୨୦ବର୍ଷ ହେଲା ଏହି ବାଣ କାରଖାନା ଚାଲିଥିଲେ ବି ଏହାର ଲାଇସେନ୍ସ ନାହିଁ । ଏପରିକି ବାଣ କାରଖାନାରେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ମଧ୍ୟ ନିଆଯାଇନଥିଲା । ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଗତକାଲି ଘଟିଥିବା ଏହି ବଡ଼ ଧରଣର ବିସ୍ଫୋରଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୪ଜଣ ଆହତ ହୋଇଥିଲେ । ଏବେବି ଡାକ୍ତରଖାନାରେ ୫୦ରୁ ଅଧିକ ସଂକଟାପର୍ଣ୍ଣଙ୍କ ଚିକିତ୍ସା ଚାଲିଛି । ଗତକାଲିର ବଡ଼ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୂମିକମ୍ପ ଭଳି ପରିସ୍ଥିତି ହୋଇଯାଇଥିଲା । କାରଖାନାର ଆଖପାଖରେ ଥିବା ଘର ଗୁଡ଼ିକରେ ନିଆଁ ଲାଗିଯାଇଥିବାବେଳେ କେତେକ ଘରର କବାଟ ଝରକା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛି ଏସଡିଆରଏଫ ଓ ଏସଡିଆରଏଫ । ନିଆାଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇବାର ଲାଗିପଡ଼ିଛନ୍ତି ଏନଡିଆରଏଫ ଓ ଏସଡିଆରଏଫ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ