Monday, April 28, 2025
39.1 C
Odisha

    ମହମ୍ମଦ ଶାମିଙ୍କ ସମେତ ୨୬ ଖେଳାଳିଙ୍କୁ ମିଳିବ ଅର୍ଜ୍ଜୁନ ପୁରସ୍କାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୩ ପାଇଁ ଖେଳାଳିଙ୍କ ନାଁ  ଘୋଷଣା ହୋଇଛି । ଭାରତୀୟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସମେତ ମୋଟ ୨୬ ଖେଳାଳିଙ୍କୁ ଅର୍ଜ୍ଜୁନ ପୁରସ୍କାର ମିଳିବ । ଅନ୍ୟପଟେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଷ୍ଟାର ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡିକୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ସମ୍ମାନ ମିଳିବ । ଆସନ୍ତା ଜାନୁଆରୀ ୯ରେ ଏହି ସମ୍ମାନ ପ୍ରଦାନ କରାଯିବ । ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ସମସ୍ତ ଖେଳାଳି ରାଷ୍ଟ୍ରପତିଙ୍କ ହାତକୁ ସମ୍ମାନ ଗ୍ରହଣ କରିବେ । ବ୍ୟାଡମିଣ୍ଟନ କୋର୍ଟରେ କମାଲ କରିଥିବା ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ଖେଳ ରତ୍ନ ଦିଆଯିବ । ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଭାରତର ସର୍ବୋଚ୍ଚ ଖେଳ ସମ୍ମାନ ଅଟେ । କେନ୍ଦ୍ର ସରକାର ଯୁବ ଓ ଖେଳ ମନ୍ତ୍ରାଳୟ ଦ୍ୱାରା ପ୍ରତିବର୍ଷ ଏହି ସମ୍ମାନ ଦିଆଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    39.1 ° C
    39.1 °
    39.1 °
    13 %
    4.7kmh
    15 %
    Mon
    38 °
    Tue
    40 °
    Wed
    41 °
    Thu
    39 °
    Fri
    40 °

    ସମ୍ବନ୍ଧିତ