Sunday, October 18, 2026
23.2 C
Odisha

    ଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ’

    ଆଗକୁ ପଢନ୍ତୁ

    ପୁରୀ: ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆସନ୍ତାକାଲି ପୁଣି ଖୋଲିବ। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ। ଗୁପ୍ତ କୋଠରୀ, ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଦୀର୍ଘ ୬ ବର୍ଷ ତଳୁ ରତ୍ନଭଣ୍ଡାର ସ୍ଥିତି ସଙ୍ଗୀନ ଥିବା ବେଳେ ବୁଧବାର ଦିନ ରତ୍ନଭଣ୍ଡାର ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ମରାମତି ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଏସଆଇ ରତ୍ନଭଣ୍ଡାର ଯାଞ୍ଚ କରିବ। ଭାରତୀୟ ପ୍ରନୃତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଆସନ୍ତାକାଲି ଶ୍ରୀମନ୍ଦିର ରନ୍‌ଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରାଯିବ। ଏନେଇ ଏ.ଏସ୍.ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ସୂଚନା ଦିଆଯାଇଛି।

    ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ ଅନୁଷ୍ଠିତ ହେବ। ଏ.ଏସ୍.ଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ ହେବ। ଏନେଇ ଅପରାହ୍ନ ୨ଟା ପରଠାରୁ ରତ୍ନଭଣ୍ଡାର ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

    ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ମହାପ୍ରଭୁଙ୍କ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ହେବ। ଖୁବଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ। ଗୁପ୍ତକୋଠରୀ, ଗୁପ୍ତ ସୁଡଙ୍ଗ ଓ ଗୁପ୍ତଧନ ଚର୍ଚ୍ଚାରେ ପୂର୍ଣ୍ନଚ୍ଛେଦ ପଡ଼ିବ। ଆସନ୍ତାକାଲି ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ବା ଯାଞ୍ଚ ଅନୁଷ୍ଠିତ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଏଏସ୍‌ଆଇ ଟେକ୍ନିକାଲ୍ ଟିମ୍ ରତ୍ନଭଣ୍ଡାରରେ ଜିପିଆର ସର୍ଭେ ଓ ଲେଜର ସ୍କନିଂ କରିବେ। ରତ୍ନଭଣ୍ଡାର ଚଟାଣ ତଳେ, କାନ୍ଥ ପଛପଟେ କଣକଣ ସବୁ ରହିଛି ଜିପିଆର ସର୍ଭେ ସବୁକିଛି ସ୍ପଷ୍ଟ କରିବ। ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା କାଲି ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦେଇଛି ଏଏସଆଇ। ତେବେ ଏଏସ୍‌ଆଇ ଅତରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ କାର୍ଯ୍ୟ କରାଯିବା ବେଳେ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଅନୁସରଣରେ ହିଁ  ଏହା କାର୍ଯ୍ୟ ହେବ। ରତ୍ନଭଣ୍ଡାର ମରାମତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ଏହାକୁ ସବୁ ମହଲରେ ସ୍ଵାଗତ କରାଯାଉଛି।

    ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ୨୦୧୮ରୁ ଜଣା ପଡ଼ିଲାଣି ରତ୍ନଭଣ୍ଡାର ସ୍ଥିତି ସଙ୍ଗୀନ ରହିଛି। ପୂର୍ବ ସରକାରର ଅବହେଳା ରତ୍ନଭଣ୍ଡାର ଯୋଗୁଁ ମରାମତି ନହୋଇ ରତ୍ନ ଭଣ୍ଡାରରେ ଥିବା ଫାଟ ଦିନକୁ ଦିନ ବଢୁଛି। ଗତ ୪୬ ବର୍ଷ ମଧ୍ୟରେ ସର୍ବ ସାଧାରଣଙ୍କ ଜ୍ଞାତରେ ଥରୁଟିଏ ଖୋଲିନଥିବା ରତ୍ନଭଣ୍ଡାର ନୂଆ ସରକାର କ୍ଷମତାକୁ ଆସିବାର  ୩ ମାସ ମଧ୍ୟରେ ଏସଓପି ପ୍ରସ୍ତୁତ ହୋଇ ଏକାଧିକ ଥର ଖୋଲି ସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରତ୍ନଭଣ୍ଡାର ଚାବି କଟାଯାଇ ଏହାର ସ୍ଥିତାବସ୍ଥା ଦେଖା ଯାଇଥିଲା। ପରେ ଏହା ମଧ୍ୟରୁ ରତ୍ନ ସବୁକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଥିଲା।ଯାଞ୍ଚ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନହେବା ପାଇଁ ଆଜି ରାତ୍ର ୨ଟାରୁ ହେବ ଦ୍ୱାରଫିଟା କରାଯିବ ପରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତି ହୋଇ ୧୦ଟା ୩୦ ମଧ୍ୟରେ ପ୍ରଥମ ଭୋଗମଣ୍ଡପ ଓ ଅପରାହ୍ନ ୧ଟାରୁ ୨ଟା  ଦ୍ୱିତୀୟ ଭୋଗମଣ୍ଡପ ହେବ। ଅପରାହ୍ନ ୨ଟାରୁ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେଥିପାଇଁ ଦିନ ଗୋଟାଏ ଠାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଅନ୍ୟପଟେ ଭକ୍ତମାନେ ସିଂହଦ୍ଵାରରେ ପ୍ରବେଶ କରି ବାଇଶିପାହାଚ ଦେଇ ଆନନ୍ଦବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତରଦୁଆର ପଟେ ପ୍ରସ୍ଥାନ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ