Thursday, September 24, 2026
24.5 C
Odisha

    ଶ୍ରୀଲଙ୍କା ଭଳି ଚାଇନା ଋଣରେ ବୁଡ଼ିବ ମାଳଦ୍ବୀପ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ସହ ସମ୍ପର୍କ ତୁଟାଇ ଚୀନ୍‌ ମୋହରେ ପଡ଼ିଥିବା ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ବେଳକୁ ବେଳ ସମସ୍ୟା ବଢିବାରେ ଲାଗିଛି। ମୁଇଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନେଇ ଏବେ ମାଳଦ୍ବୀପର ମୁଖ୍ୟ ଆୟ ଉତ୍ସ ପର୍ଯ୍ୟଟନ କ୍ଷେତ୍ରକୁ ଶକ୍ତ ଧକ୍କା ଲାଗିଛି। ବିଶେଷକରି ମାଳଦ୍ବୀପକୁ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ସେଠାକାର ବ୍ୟାବସାୟିକ କ୍ଷେତ୍ର ଉପରେ ଅନୁଭୂତ ହୋଇଛି। ଅନ୍ୟପଟେ ମାଳଦ୍ବୀପର ଆନୁଷଙ୍ଗିକ ବିକାଶ ପାଇଁ ଭାରତ ଦେଇ ଆସୁଥିବା ସହାୟତା ରାଶିରେ ମଧ୍ୟ କେନ୍ଦ୍ର ସରକାର ହ୍ରାସ କରିଛନ୍ତି।
    ଏଭଳି ସ୍ଥିତିରେ ମୁଇଜୁ ମାଳଦ୍ବୀପର ସବୁ ବିରୋଧୀ ଦଳର ମଧ୍ୟ ନିଶାଣ ହୋଇଛନ୍ତି। ମୁଇଜୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସବୁ ବିରୋଧୀ ଦଳ ଏକାଠି ହୋଇଥିବା ବେଳେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ) ମଧ୍ୟ ମାଳଦ୍ବୀପ ଅର୍ଥନୀତିକୁ ନେଇ ନକାରାତ୍ମକ ଟିପ୍ପଣୀ କରିଛି। ରାଷ୍ଟ୍ରପତି ମୁଇଜୁ ଚୀନ୍‌ ସରକାରଙ୍କ ଠାରୁ ବିପୁଳ ପରିମାଣରେ ଋଣ ଆଣୁଥିବାରୁ ଆଗକୁ ମାଳଦ୍ବୀପ ଅର୍ଥନୀତି ପାଇଁ ଘୋର ବିପଦ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି ବୋଲି ଆଇଏମଏଫ ସତର୍କ କରିଦେଇଛି। ମାଳଦ୍ବୀପ ଚୀନ୍‌ରୁ କେତେ ପରିମାଣର ଋଣ ଉଠାଇଛି ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ଋଣ ଭାର ‘ହାଇ ରିସ୍କ’ ଶ୍ରେଣୀରେ ରହିଛି ବୋଲି କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    97 %
    2.7kmh
    100 %
    Thu
    25 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ