Friday, June 5, 2026
34.6 C
Odisha

    ମାଲକାନଗିରି ବିମାନବନ୍ଦର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିିତ ମାଲକାନଗିରି ବିମାନବନ୍ଦର । ଏହାସହ ଉପାନ୍ତ ଅଞ୍ଚଳ ଭାବେ ଜଣାଯାଉଥିବା ମାମଲକାନଗିରିକୁ ଆକାଶମାର୍ଗରେ ମିଳିଲା ନୂଆ ପରିଚୟ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିମାନବନ୍ଦର ଲୋକାର୍ପିତ ହେବା ପରେ ଏଠାରୁ ପ୍ରଥମେ ନନ୍ ସିଡ୍ୟୁୁଲ୍ ବା କମର୍ସିଆଲ ବିମାନ ଉଡାଣ ଭରିଛି । ଭବିଷ୍ୟତରେ ଏହାକୁ ୩୦୦୦ ମିଟର ଯାଏଁ ସମ୍ପ୍ରସାରଣ କରାଯିବାର ମଧ୍ୟ ଯୋଜନା ରହିଛି । ଏହା ପରେ ଡିଜସିଏଙ୍କ ଅନୁମତି ପରେ ଯାତ୍ରୀବାହୀ ବିମାନ ଉଡାଣ ଭରିବ ବୋଲି ସୂଚନା ରହିଛି । ୨୩୪ ଏକର ଜମିରେ ନିର୍ମାଣ ହୋଇଛି ଏହି ବିମାନବନ୍ଦର । ମାତ୍ର ୧୪ ମାସରେ ଏହି ବିମାନବନ୍ଦରକୁ ନିର୍ମାଣ କରାଯାଇଛି । ଏଥିପାଇଁ ଅନେକ ସରକାରୀ ଜମି ନିଆଯାଇଥିବାବେଳେ ଅନେକ ପରିବାରକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି । ହେଲେ ବିସ୍ଥାପିତଙ୍କମାନଙ୍କ ପାଇଁ ପକ୍କା ଘର, ପକ୍କା ରାସ୍ତାର ବ୍ୟବସ୍ଥା କରାଯାଇଥିବାବେଳେ ସେମାନଙ୍କ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.6 ° C
    34.6 °
    34.6 °
    38 %
    0.9kmh
    78 %
    Fri
    40 °
    Sat
    41 °
    Sun
    42 °
    Mon
    43 °
    Tue
    43 °

    ସମ୍ବନ୍ଧିତ