Saturday, July 27, 2024
24.5 C
Odisha

    ୨୦୨୪ ପାଇଁ ଆଗୁଆ ଟିକେଟ ଦେବ କଂଗ୍ରେସ, ଏଯାଏଁ ୬୦ରୁ ୭୦ ଟିକେଟ ହୋଇଛି ଫାଇନାଲ

    ଆଗକୁ ପଢନ୍ତୁ

    ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ବଡ ବୟାନ ଦେଇଛନ୍ତି । ତାରା କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୬୦ରୁ ୭୦ ଟିକେଟ ଫାଇନାଲ ହୋଇସାରିଛି । ୯ ଜଣ ବିଧାୟକଙ୍କୁ ଟିକେଟ ମିଳିବା ନିଶ୍ଚିତ ହୋଇଛି । ସବୁଠୁ ବଡ କଥା ହେଉଛି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ଟିକେଟ ଦେବ । ଆସନ୍ତା ଫେବ୍ରୁଆରୀରେ କଂଗ୍ରେସ ଆଗୁଆ ଟିକେଟ ଦେବ ବୋଲି କହିଛନ୍ତି ତାରା ବାହିନୀପତି ।
    ଆସନ୍ତା ଫେବ୍ରୁଆରୀରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସର ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିବେ । ଭାରତ ଯୋଡ ନ୍ୟାୟ ଯାତ୍ରାରେ କଂଗ୍ରେସର ହେଭିୱେଟ ଚେହେରା ଓଡ଼ିଶା ଆସିବେ । ଗତ ନିର୍ବାଚନରେ ଅନେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ କମ ଭୋଟରେ ପରାଜିତ ହୋଇଥିଲେ । ତେଣୁ ଏଥର ସର୍ଭେ ଅନୁଯାୟୀ ଟିକେଟ ବଣ୍ଟନ ହେବ ବୋଲି କହିଛନ୍ତି ତାରା । ଏହାସହ ନିର୍ବାଚନ ପୂର୍ବରୁ ଅନେକ ବଡ ଚେହେରା କଂଗ୍ରେସର ହାତ ଧରିବେ । ଏନେଇ ଅନେକ ନେତା ଯୋଗାଯୋଗରେ ଥିବା କହିଛନ୍ତି ତାରା । ତାରାଙ୍କ ଏହି ବୟାନ ସୂଚାଉଛି, ନୂଆ ପ୍ରଭାରୀ ଦାୟିତ୍ୱ ନେବା ପରେ ଆକ୍ଟିଭମୋଡକୁ ଆସିଛି କଂଗ୍ରେସ । ୨୦୨୪ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ