Thursday, June 18, 2026
26.2 C
Odisha

    ମନ୍ କି ବାତ୍: ଯୁବବର୍ଗଙ୍କୁ ଏନସିସିରେ ଯୋଗଦେବାକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତ୍ କାର୍ଯ୍ୟକ୍ରମର ୧୧୬ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ଯୁବବର୍ଗମାନଙ୍କୁ ଏନସିସିରେ ଯୋଗଦେବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଏନସିସି ଦିବସ। ମୁଁ ନିଜେ ଏନସିସିର କ୍ୟାଡେଟ ଥିଲି ଏବଂ ଏହାର ଅନୁଭୂତି ମୋ ପାଇଁ ଅମୂଲ୍ୟ ଅଟେ।ପ୍ରଧାନମନ୍ତ୍ରୀ ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ଯେ ପ୍ରତିବର୍ଷ ଜାନୁଆରୀ ୧୨ରେ ଦେଶ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀରେ ଯୁବ ଦିବସ ପାଳନ କରିଥାଏ। ଆସନ୍ତା ବର୍ଷ ସ୍ବାମୀ ବିବେକାନନ୍ଦଙ୍କ ୧୬୨ ତମ ଜନ୍ମ ବାର୍ଷିକୀ। ଏହାକୁ ଏକ ବିଶେଷ ଉପାୟରେ ପାଳନ କରାଯିବ ଏବଂ ୧୧-୧୨ ଜାନୁଆରୀରେ ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ବିକାଶ ଭାରତ ଯୁବ ନେତାଙ୍କ ସଂଳାପ ଆୟୋଜିତ ହେବ। ‘

    ମୁଁ ଯୁବବର୍ଗମାନଙ୍କୁ ରାଜନୀତିରେ ଯୋଗଦେବାକୁ ଲାଲ୍ କିଲ୍ଲାରୁ ଆହ୍ବାନ କରିଥିଲି। ଯାହାଙ୍କର ପରିବାର ସଦସ୍ୟ ରାଜନୀତିରେ ଜଡିତ ନୁହଁନ୍ତି ସେଭଳି ଏକ ଲକ୍ଷ ଯୁବବର୍ଗଙ୍କୁ ରାଜନୀତିରେ ଯୋଡିବା ପାଇଁ ଦେଶରେ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଜାରି ରହିବ।

    ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ସ୍ଲୋଭାକିଆରେ କରାଯାଉଥିବା ଅନ୍ୟ ଏକ ପ୍ରୟାସ ବିଷୟରେ ଜାଣିଛି ଯାହା ଆମ ସଂସ୍କୃତିର ସଂରକ୍ଷଣ ତଥା ପ୍ରଚାର ସହ ଜଡିତ। ଏଠାରେ ପ୍ରଥମ ଥର ପାଇଁ ଆମର ଉପନିଷଦ ସ୍ଲୋଭାକିଆ ଭାଷାରେ ଅନୁବାଦ କରାଯାଇଛି। ଏହି ପ୍ରୟାସଗୁଡ଼ିକ ମଧ୍ୟ ଭାରତୀୟ ସଂସ୍କୃତିର ବିଶ୍ୱସ୍ତରୀୟ ପ୍ରଭାବକୁ ଦର୍ଶାଉଛି । ସେହିପରି ପରିବେଶ ସମ୍ପର୍କରେ ମୋଦି କହିଛନ୍ତି ଘରଚଟିଆ ପରିବେଶ ପାଇଁ ବେଶ୍ ଗଗୁରୁତ୍ବପୂର୍ଣ୍ଣ। ଘରଚଟିଆଙ୍କ ସୁରକ୍ଷା ପାଇଁ ଉପଯୋଗୀ ପଦକ୍ଷେପ ଗ୍ରହଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

    ପ୍ରଧାନମନ୍ତ୍ରୀ କହିଛନ୍ତି ଆମ ଚାରିପାଖରେ ଜୈବ ବିବିଧତା ବଜାୟ ରଖିବାରେ ଘରଚଟିଆମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। କିନ୍ତୁ ଆଜି ସହରରେ ଘରଚଟିଆ କ୍ୱଚିତ୍ ଦେଖାଯାନ୍ତି। ସହରୀକରଣ ବୃଦ୍ଧି ଯୋଗୁ ସେମାନେ ଆମଠାରୁ ଦୂରେଇ ଯାଇଛନ୍ତି। ଆଜିର ପିଢ଼ିର ଅନେକ ପିଲା କେବଳ ଚିତ୍ର କିମ୍ବା ଭିଡିଓରେ ଘରଚଟିଆମାନଙ୍କୁ ଦେଖିଛନ୍ତି, ଏହିପରି ପିଲାମାନଙ୍କ ଜୀବନରେ ଏହି ସୁନ୍ଦର ପକ୍ଷୀକୁ ଫେରାଇ ଆଣିବା ପାଇଁ କିଛି ନିଆରା ପ୍ରୟାସ କରାଯାଉଛି।

    ଚେନ୍ନାଇର କୁଡୁଗଲ ଟ୍ରଷ୍ଟ ଘରଚଟିଆଙ୍କ ଜନସଂଖ୍ୟା ବୃଦ୍ଧି ପାଇଁ ନିଜର ଅଭିଯାନରେ ସ୍କୁଲ ପିଲାଙ୍କୁ ସାମିଲ କରିଛି। ଅନୁଷ୍ଠାନର ସଦସ୍ୟମାନେ ବିଦ୍ୟାଳୟକୁ ଯାଇ  ପିଲାମାନଙ୍କୁ ଦୈନନ୍ଦିନ ଜୀବନରେ ଘରଚଟିଆମାନେ କେତେ ଗୁରୁତ୍ୱପୂର୍ଣ୍ଣ ତାହା କୁହନ୍ତି। ଏହି ଅନୁଷ୍ଠାନର ସଦସ୍ୟ ପିଲାମାନଙ୍କୁ ଘରଚଟିଆମାନଙ୍କ ବସା ତିଆରି କରିବାକୁ ତାଲିମ ଦେଇଥାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,‘ଏକ ପେଡ୍ ମା କେ କେ ନାମ’ ଅଭିଯାନ ଅନ୍ତର୍ଗତ ଅନେକ ସାମାଜିକ ସଂଗଠନ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ବୃକ୍ଷ ରୋପଣ କରୁଛନ୍ତି। ସେମାନଙ୍କର ଉଦ୍ୟମ ହେଉଛି, ଯେଉଁଠାରେ ବି ବୃକ୍ଷ ରୋପଣ କରାଯାଏ, ପରିବେଶ ଅନୁକୂଳ ଢଙ୍ଗରେ ଏକ ସମ୍ପୂର୍ଣ୍ଣ ଇକୋ ସିଷ୍ଟମ ବିକଶିତ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    70 %
    1.3kmh
    89 %
    Thu
    40 °
    Fri
    38 °
    Sat
    34 °
    Sun
    34 °
    Mon
    34 °

    ସମ୍ବନ୍ଧିତ