Tuesday, September 22, 2026
23.9 C
Odisha

    ଟ୍ରମ୍ପଙ୍କ ଆଟର୍ଣ୍ଣି ଜେନେରାଲ ପଦରୁ ନାମାଙ୍କନ ପ୍ରତ୍ୟାହାର କଲେ ମ୍ୟାଟ୍ ଗେଟ୍ସ

    ଆଗକୁ ପଢନ୍ତୁ

    ୱାଶିଂଟନ: ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଲାଗିଛି ବଡ଼ ଧରଣର ଝଟ୍‌କା। ସୂଚନା ରହିଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଆଟର୍ଣ୍ଣି ଜେନେରାଲ ପଦରୁ ରିପବ୍ଲିକାନ ସଦସ୍ୟ ମ୍ୟାଟ୍ ଗେଟ୍ସ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି।ଯୌନ ଶୋଷଣ ଅଭିଯୋଗ ଆସିବା ପରେ ମ୍ୟାଟ୍ ଗେଟ୍ ଚର୍ଚ୍ଚାରେ ରହିଥିଲେ। ଗତ ସପ୍ତାହରେ ଗେଟ୍ ଆମେରିକାର ପ୍ରତିନିଧି ସଭାରୁ ଇସ୍ତଫା ଦେଇଥିଲେ। ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ନୈତିକତା କମିଟିର ତଦନ୍ତ ଅଭିଯୋଗକୁ ଗେଟ୍ ଖଣ୍ଡନ କରିଥିଲେ। ଏକ ସୋସିଆଲ ମିଡିଆ ପୋଷ୍ଟରେ ଗେଟସ କହିଛନ୍ତି, ୱାଶିଂଟନରେ ଅଯଥାରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସମୟ ନଷ୍ଟ କରିବାର କୌଣସି ଅର୍ଥ ନାହିଁ, ତେଣୁ ମୁଁ ଆଟର୍ଣ୍ଣି ଜେନେରାଲ ଭାବରେ କାର୍ଯ୍ୟ କରିବା ପାଇଁ ମୋ ନାମ ବିଚାର କରିବାକୁ ପଛଘୁଞ୍ଚା ଦେଉଛି। କିନ୍ତୁ ମୋତେ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା।

    ଗେଟସ୍ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଆମେରିକାର ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଚଳିତମାସରେ ପୁନଃ ନିର୍ବାଚନ ଜିତିଥିଲେ। କିନ୍ତୁ ସେ କିଛି ସମୟ ପରେ କଂଗ୍ରେସ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହ ଯୌନ ନିର୍ୟାତନା ଏବଂ ନିଶା ଦ୍ରବ୍ୟ ସେବନ ଏବଂ ପ୍ରଚାର ପାଣ୍ଠିର ଅପବ୍ୟବହାର ଭଳି ଗେଟସଙ୍କ ବେଆଇନ କାର୍ଯ୍ୟକଳାପ ଉପରେ କଂଗ୍ରେସର ଏକ ପ୍ୟାନେଲ୍ ତଦନ୍ତ ଚଳାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    98 %
    1.3kmh
    100 %
    Tue
    24 °
    Wed
    26 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ