Sunday, September 20, 2026
28.3 C
Odisha

    ମେଟ୍ରୋ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର। ସେଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି। ତେବେ ଏଥିରେ ସରକାର ମେଟ୍ରୋ ପ୍ରକଳ୍ପକୁ ପ୍ରାଧାନ୍ୟ ଦେଇଥିବା ଦେଖିବାକୁ ମିଳିଛି। ବଜେଟରେ ରେଳ ପ୍ରକଳ୍ପ ପାଇଁ ସରକାର ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ ମେଟ୍ରୋ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜର ବଜେଟ ଉପସ୍ଥାପନ ବେଳେ କହିଛନ୍ତି ଯେ ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତକୁ ରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫% ଆକଳନ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ