Sunday, January 25, 2026
15.3 C
Odisha

    ଅର୍ପଣ ଚାଉଳକୁ ନେଇ ବିଧାନସଭାରେ ହଟ୍ଟଗୋଳ; ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଦେଲେ ବିଜେପି ବିଧାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ବୁଧବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାତି ପାହିଲେ ଅର୍ଥାତ ଆସନ୍ତାକାଲି (ଗୁରୁବାର) ଗୃହରେ ଅନ୍ତରୀଣ ବଜେଟ୍‌ ଆଗତ ହେବାକୁ ଥିବା ବେଳେ ଆଜି ଅପରାହ୍ନରେ ବିରୋଧୀ ଦଳର ବିଧାୟକମାନେ ହୋହାଲ୍ଲା କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅର୍ପଣ ଚାଉଳକୁ ନେଇ ବିଜେପି ଓ ବିଜେଡି ବିଧାୟକମାନଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଟ୍ଟଗୋଳ ଏତେ ଉଗ୍ରରୂପ ନେଇଥିଲା କି, ବିଜେପି ବିଧାୟକ ନାଉରୀ ନାୟକ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ ଭାଙ୍ଗିଦେଇଥିଲେ। ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ। ସେପଟେ ପରୀ ମାମଲାରେ ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ବିଧାୟକମାନେ ମଧ୍ୟ ହୋହାଲ୍ଲା କରିଥିଲେ। ଏସବୁ ଭିତରେ ବାଚସ୍ପତି ପ୍ରମିଳା ମଲ୍ଲିକା ଗୃହକୁ ୧ ଘଣ୍ଟା ପାଇଁ ମୁଲତବି ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.3 ° C
    15.3 °
    15.3 °
    56 %
    1.8kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    32 °

    ସମ୍ବନ୍ଧିତ