Wednesday, September 9, 2026
29.9 C
Odisha

    ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ନାବାଳକକୁ ବାଳ ସୁଧାର ଗୃହ ପଠାଇଲା ପୁଲିସ

    ଆଗକୁ ପଢନ୍ତୁ

    ବଡ଼ଗାଁ: ବଡ଼ଗାଁ ଥାନା କୁସ୍ତୁନା ଜଙ୍ଗଲରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ ଭାରତୀୟ ଦଣ୍ଡବିଧି ଧାରା ୩୬୪, ୩୭୬, ୩୦୨, ‌‌ଯୌନ ଅପରାଧ ବା ନିର୍ଯାତନାରୁ ଶିଶୁଙ୍କୁ ସୁରକ୍ଷା ଆଇନରେ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ମାମଲାରେ ମଙ୍ଗଳବାରଠାରୁ ଅଟକ ଥିବା ଅଭିଯୁକ୍ତ ମଧ୍ୟ ୧୭ ବର୍ଷର ନାବାଳକ ହୋଇଥିବା ଜଣାପଡ଼ିବା ପରେ ତାକୁ ରାଉରକେଲା ବାଳସୁଧାର ଗୃହକୁ ପଠାଯାଇଛି। ସୂଚନାଯୋଗ୍ୟ, ବଡ଼ଗାଁ ଥାନା ଅଞ୍ଚଳର ଜଣେ ନାବାଳିକା ଗତ ୯ ତାରିଖ ଦିନ ଦ୍ବିପହରରୁ ଘରୁ ବାହାରି ଆଉ ଫେରି ନଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ ନପାଇ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

    ଏହି ସମୟରେ ନାବାଳିକାଙ୍କୁ ଏହି ନାବାଳକ ନିକଟ କୁସ୍ତୁନା ଜଙ୍ଗଲ ଆଡ଼କୁ ନେଇଥିବା ସୂଚନା ପାଇଥିଲେ ପରିବାର। ଏପରିକି ନାବାଳିକାଙ୍କ ଭାଇକୁ ଅଭିଯୁକ୍ତ ଫୋନ୍ କଲ୍‌ କରି କୁସ୍ତୁନା ଜଙ୍ଗଲରେ ଛାଡ଼ି ଦେଇଥିବା କହିଥିଲା। ଏହି ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଫୋନ୍‌ ଟ୍ରାକିଂ କରି ଅଭିଯୁକ୍ତକୁ ଉଠାଇ ଆଣିଥିଲା। ତେବେ ବୁଧବାର ସକାଳେ କୁସ୍ତୁନା ଜଙ୍ଗଲରେ ଏକ ଗଛ ତଳେ ସନ୍ଦିଗ୍ଧ ଅବସ୍ଥାରେ ନାବାଳିକାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ପଡ଼ିଥିବା ସୂଚନା ପାଇବା ପରେ ରାଜଗାଙ୍ଗପୁର ଏସଡିପିଓ ଅଭିଷେକ ପାଣିଗ୍ରାହୀ, ବଡ଼ଗାଁ ଥାନାଧିକାରୀ ବନ୍ଦନା ପାତ୍ର ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିଥିଲେ। ନାବାଳିକା ତଳେ ପଡ଼ିଥିବା ବେଳେ ଗଛର ଏକ ଶାଖାରେ ଲାଲ ଓଢ଼ଣିଟେ ଝୁଲୁଥିବା ଦେଖାଯାଇଥିଲା। ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଓ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ