Saturday, February 14, 2026
20.2 C
Odisha

    ବାଲ୍ୟ ବିବାହ ଓ ଡ୍ରପ ଆଉଟ୍ ରୋକିବା ପାଇଁ ନବରଙ୍ଗପୁରର ପ୍ରାର୍ଥନା ମିଶ୍ରଙ୍କ ନିଆରା ପ୍ରୟାସ

    ଆଗକୁ ପଢନ୍ତୁ

    ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗାଁର ପ୍ରାର୍ଥନା ମିଶ୍ର । ବୟସ ମାତ୍ର ଚଉଦ ବର୍ଷ । ହେଲେ କାମ କିନ୍ତୁ ମହାନ । ଶିକ୍ଷାର ଗୁରୁତ୍ୱ ବୁଝି ଗ୍ରାମାଂଚଳରୁ ଡ୍ରପଆଉଟ୍ ଓ ବାଲ୍ୟବିବାହ ରୋକିବା ପାଇଁ ପଣ କରିଛନ୍ତି ପ୍ରାର୍ଥନା । ଘର ଘର ବୁଲି ଲୋକଙ୍କୁ ବୁଝାଇ ଏଥିରେ ସଫଳ ହୋଇଛନ୍ତି । ଗାଁର ଅନେକ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କୁ ବୁଝାଇ ପୁନର୍ବାର ବିଦ୍ୟାଳୟ ମୁହାଁ କରାଇଛନ୍ତି । ୪ଟି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛନ୍ତି ପ୍ରାର୍ଥନା । ପିଲାଦିନୁ ନିଜ ବାପା-ମା’ଙ୍କୁ ହରାଇ ମାଉସୀ ଭାଗ୍ୟବତୀ ଷଡଙ୍ଗୀଙ୍କ ପାଖରେ ରୁହନ୍ତି ପ୍ରାର୍ଥନା । ତାଙ୍କ ମାଉସୀ ଜଣେ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରନ୍ତି । ମାଉସୀଙ୍କ ସହିତ ଅଙ୍ଗନୱାଡି କେନ୍ଦ୍ରରେ ହେଉଥିବା ଅଦ୍ୱିକା ବୈଠକରେ ନିୟମିତ ଯୋଗ ଦେଇ ସମସ୍ତ କିଶୋର କିଶୋରୀ କିପରି ପାଠ ପଢିବେ, ଅଧାରୁ ଯେପରି କେହି ପାଠ ନଛାଡିବେ, ବାଲ୍ୟ ବିବାହର କୁପରିଣାମ, ରକ୍ତ ହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ଘର ଘର ବୁଲି କିଶୋରୀ ମାନଙ୍କୁ ବୁଝାଉଛନ୍ତି ନାବାଳିକା ଝିଅ । ସମସ୍ତ ପ୍ରେରଣାର ଉତ୍ସ ଅଙ୍ଗନବାଡି କେନ୍ଦ୍ର ବୋଲି କହିଛନ୍ତି ପ୍ରାର୍ଥନା ମିଶ୍ର । ନିଜେ ପାଠପଢିବା ସହ ସମାଜସେବାକୁ ଜୀବନର ଲକ୍ଷ୍ୟ ଭାବେ ବାଝିଛନ୍ତି । ଏତେ କମ୍ ବୟସରୁ ଏଭଳି ମହତ କାମ ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.2 ° C
    20.2 °
    20.2 °
    36 %
    2.2kmh
    99 %
    Sat
    20 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ