Friday, September 25, 2026
25.2 C
Odisha

    ଅଗ୍ନି-୪ ରାତ୍ରିକାଳୀନ ପରୀକ୍ଷଣ ସଫଳ

    ଆଗକୁ ପଢନ୍ତୁ

    ଅଗ୍ନି-୪ ରାତ୍ରିକାଳୀନ ପରୀକ୍ଷଣ ସଫଳ ହୋଇଛି। ଅବଦୁଲ କଲାମ ଦ୍ୱୀପରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି-୪ ମିଜାଇଲର ୯ ନମ୍ବର ଭର୍ସନର ରାତ୍ରିକାଳୀନ ପରୀକ୍ଷଣ ହୋଇଛି। ICBM ଗ୍ରୁପର ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ରହିଛି। ପରମାଣୁ ଯୁଦ୍ଧାସ୍ତ୍ର ମଧ୍ୟ ବହନ କରିପାରିବ ଅଗ୍ନି-୪ (0.9)।ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୪ ନମ୍ବର ଲଞ୍ଚ ପ୍ୟାଡରୁ ରାତି ୭ଟା ୫୫ ମିନିଟ୍ ସମୟରେ ଉତକ୍ଷେପଣ ହୋଇଥିଲା। ୨୦ ମିଟର ଲମ୍ବ ଓ ୧୭ ହଜାର କିଲୋଗ୍ରାମ ଓଜନର ଏହି କ୍ଷେପଣାସ୍ତ୍ର ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ। ଦୁଇଟି ପର୍ଯ୍ୟାୟ ଦେଇ ଏହା ପ୍ରଥମେ ଭୂପୃଷ୍ଠରୁ ଆକାଶକୁ ଗତି କରିଥାଏ। ଶତ୍ରୁ ରାଷ୍ଟ୍ରର ଯେ କୌଣସି ସ୍ଥାନକୁ ଏହି କ୍ଷେପଣାସ୍ତ୍ର ସହଜରେ ଲକ୍ଷ୍ୟଭେଦ କରିପାରିବ। DRDOର ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ବୈଜ୍ଞାନିକମାନେ ଏହାର ପରୀକ୍ଷଣ କରିଛନ୍ତି। ଚାନ୍ଦିପୁର ସ୍ଥିତ ITR ର ବରିଷ୍ଠ ବୈଜ୍ଞାନିକମାନେ ଟେଲିମେଟ୍ରିକ ରାଡାର୍ ସିଷ୍ଟମ୍ ରେ ଏହାର ଲକ୍ୟଭେଦି କ୍ଷମତା ଏବଂ ଗତିବିଧି ଯାଞ୍ଚ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    92 %
    4.9kmh
    100 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ