Sunday, October 18, 2026
23.2 C
Odisha

    କାଞ୍ଚି ବିଜୟର ପ୍ରତୀକ ସିଦ୍ଧି ଗଣେଶ

    ଆଗକୁ ପଢନ୍ତୁ

    କୋରାପୁଟ: ରାଜରାଜୁଡ଼ା ଅମଳରେ ମାଡ୍ରାସ ପ୍ରେସିଡେନସୀ ଭାଇଜାଗପାଟନମ୍ (ବିଶାଖାପାଟଣା) ଅଧିନରେ ରହିଥିଲା ଜୟପୁର। ଏହି ସମୟର ମହାରାଜା ଓ ରାଜାମାନେ ବିଭିନ୍ନ ସ୍ଥାନରେ ସ୍ଥାପନ କରିଛନ୍ତି ବହୁ ମନ୍ଦିର। ଏହି କ୍ରମରେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ସଦରମହକୁମା ନିକଟସ୍ଥ ସାରିଆପୁଟର ଏକ ପାହାଡ ପାଦଦେଶରେ ପୂଜା ପାଉଛନ୍ତି ଗୋଟାଏ ଲାଲ ରଂଙ୍ଗ ପଥରରେ ଗଢ଼ା ୬ଫୁଟର ଗଣେଷ ମୂର୍ତି। ତେବେ ଏହି ମୂର୍ତି ବର୍ଣ୍ଣନା ବି କରୁଛି ପୁରୁଷୋତ୍ତମଦେବଙ୍କ କାଞ୍ଚି ବିଜୟର କାହାଣୀ। ତେବେ ଅସ୍ପଷ୍ଟ ଥିବା ଇତିହାସର ପୃଷ୍ଠାରେ କିଛି ଗବେଷକ ନନ୍ଦପୁର ଅଂଚଳ ତନ୍ତ୍ର ସାଧନାର ପ୍ରମୁଖ ପୀଠ ହୋଇଥିବା ଯୋଗୁଁ ସେ ସମୟରେ ତନ୍ତ୍ର ସାଧକଙ୍କ ଦ୍ୱାରା ଏହି ମୂର୍ତି ପ୍ରତିଷ୍ଠା କରାଯାଇଥିବା କୁହାଯାଉଥିବା ଶ୍ରୀ ଶତପଥୀ ଜଣାଇଛନ୍ତି। ସେ ଯାହା ହେଉନା କାହିଁକି,ଏଠାକୁ ପ୍ରତିବର୍ଷ ଗଣେଶ ପୂଜା ସମୟରେ ଶହଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଳି ଲାଗି ରହୁଛି। ଆସନ୍ତାକାଲି ବି ସେହିପରି ସମାଗମ ହେବା ସମ୍ଭାବନା ରହିଥିବା ଅଂଚଳବାସୀ ଆଶାପ୍ରକଟ କରିଛନ୍ତି। ଅଂଚଳବାସୀଙ୍କ ଆଶା ଓ ବିଶ୍ବାସ ରହିଛି ଯେ ସିଦ୍ଧିଗଣେଷଙ୍କର ଦର୍ଶନ କରି ଯାହା ମନାସିଲେ ତାହା ହୋଇଥାଏ। ପ୍ରତ୍ୟେକ ପୂଜା ଓ ପାର୍ବଣରେ ଏହି ମନ୍ଦିରରେ ପ୍ରଥମେ ପୂଜା କରାଯିବା ପରେ ଅନ୍ୟ ମନ୍ଦିରରେ ପୂଜା କରାଯାଉଛି ବୋଲି ଅଂଚଳବାସୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ