Wednesday, June 24, 2026
27.6 C
Odisha

    ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୨/୦୪: ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ବିଜେପି ତରଫରୁ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” ପ୍ରକାଶ ପାଇଛି । ସୋସିଆଲ, ଫିଜିକାଲ୍ ଓ ଡିଜିଟାଲ ଭିତିଭୁମିକୁ ସୁଦୃଢ କରାଯିବା ଲକ୍ଷ୍ୟରେ ଏହି ସଂକଳ୍ପ ପତ୍ର ‘ବିକଶିତ ଭାରତ ଏବଂ ବିକଶିତ ଓଡିଶା ଗଠନ’ରେ ‘ବୁଷ୍ଟର’ ସଦୃଶ ହେବ । ଗତ ୧୪ ତାରିଖ ପବିତ୍ର ପଣାସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଇସ୍ତାହାର କମିଟି ସଂଯୋଜକ ତଥା ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” ଉନ୍ମୋଚନ କରିଥିଲେ । ଆଜି ସେହି ସଂକଳ୍ପ ପତ୍ରର ଓଡିଆ ସଂସ୍କରଣକୁ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଛି ।
    ଯୁବକ, ମହିଳା, କୃଷକ ଓ ଗରିବଙ୍କୁ ମୋଦିଜୀ ଏହି ସଂକଳ୍ପପତ୍ରରେ ଗୁରୁତ୍ୱ ଦେଇଛନ୍ତି । ୧୦ବର୍ଷ ଭିତରେ ୨ଟି ସଂକଳ୍ପ ପତ୍ର ନିର୍ମାଣ କରାଯାଇଥିଲା । ଏହି ସଂକଳ୍ପପତ୍ର କାର୍ଯ୍ୟକାରି କରିବାରେ ମୋଦିଜୀ ସଫଳ ହୋଇଛନ୍ତି । ଏହି ସଂକଳ୍ପପତ୍ର ଓଡିଆ ଭାଷାରେ ପ୍ରକାଶ ପାଇଥିବାରୁ ଓଡିଶାବାସୀଙ୍କୁ ମୋଦି ଗ୍ୟାରେଂଟି ସଂପର୍କରେ ଆହୁରି ଅଧିକ ଜାଣିବାରେ ସକ୍ଷମ ହେବେ । ମୋଦି ଗ୍ୟାରେଂଟି ସଂକଳ୍ପପତ୍ରର ଓଡ଼ିଆ ସଂସ୍କରଣକୁ ଓଡ଼ିଶାର ଘରେ ଘରେ ପହଂଚାଇବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଆଜି ଦେଶର ୮୦କୋଟିରୁ ଅଧିକ ନାଗରିକ ମାଗଣା ରାସନ ପାଉଛନ୍ତି, ୫୦କୋଟିରୁ ଅଧିକ ନାଗରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯୋଗ ଦେଇଛନ୍ତି, ୩୪ଲକ୍ଷ କୋଟି ଟଙ୍କା ସିଧାସଳଖ ଲୋକଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି, ମାଗଣା ସ୍ୱାସ୍ଥ୍ୟ ବୀମା ଅଧୀନରେ ୩୪କୋଟିରୁ ଅଧିକ ନାଗରିକ ଅନ୍ତର୍ଭୁକ୍ତ ହୋଇଛନ୍ତି, ୪କୋଟିରୁ ଅଧିକ ପରିବାରକୁ ବର୍ତମାନ ସୁଦ୍ଧା ପକ୍କା ଘର ମିଳିଛି, ୧୪କୋଟିରୁ ଅଧିକ ପରିବାର ବିଶୁଦ୍ଧ ଟ୍ୟାପି ପାଣି ସୁବିଧା ପାଇଛନ୍ତି, ୧୦କୋଟିରୁ ଅଧିକ ମହିଳାଙ୍କ ନିକଟରେ ସ୍ୱଚ୍ଛ ରନ୍ଧନ ଗ୍ୟାସ ରହିଛି, ୧୧କୋଟିରୁ ଅଧିକ ପରିବାରକୁ ଶୌଚାଳୟ ମିଳିଛି, ୨.୮କୋଟି ପରିବାରକୁ ବିଦ୍ୟୁତ ଯୋଗାଣ ହୋଇଛି, ଟ୍ରିପଲ ତଲାକ ଉପରେ ପ୍ରତିବନ୍ଧକ ଭଳି ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି, ମହିଳା ସଶକ୍ତିକରଣ ପାଇଁ ୨୬ସପ୍ତାହ ମାତୃତ୍ୱ ଚୁଟି ଏବଂ ସଂସଦ ଓ ବିଧାନ ସଭାରେ ମହିଳାମାନଙ୍କ ପାଇଁ ୩୩ପ୍ରତିଶତ ଆସନ ସଂରକ୍ଷିତ ହୋଇଛି, ଏମଏସଏମଇମାନଙ୍କୁ ସମୁଦାୟ ୪୬କୋଟି ଋଣପ୍ରଦାନ କରାଯାଇଛି ଯାହାର ମୂଲ୍ୟ ୨୭ଲକ୍ଷ କୋଟି ଟଙ୍କା, ଆଇଆଇଟିଠାରୁ ଆରମ୍ଭ କରି ଆଇଆଇଏମ, ଏମସ ମେଡିକାଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ୭୫୦ନୂତନ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି, ୧୧କୋଟିରୁ ଅଧିକ କୃଷକ ବାର୍ଷିକ ୬ହଜାର ଟଙ୍କା ଲେଖାଏଁ ପାଉଛନ୍ତି, ୪କୋଟିରୁ ଅଧିକ କୃଷକ ଫସଲବୀମା ଦ୍ୱାରା ସୁରକ୍ଷିତ, ସାର ସବସିଡି ପାଇଁ ୧୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ପାରମ୍ପରିକ କାରିଗର, ବୁଲା ବିକ୍ରେତା, ଶ୍ରମିକ, ଏସସି, ଏସଟି, ଓବିସି, ପିଭିଟିଜି, ଦିବ୍ୟାଙ୍କ ଟ୍ରାନ୍ସଜେଣ୍ଡରମାନଙ୍କୁ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ସଶକ୍ତ କରାଯାଇଛି, ଧାରା ୩୭୦ଅପସାରିତ ହୋଇଛି, ବାମପନ୍ଥୀ ଉଗ୍ରବାଦ ଦମନ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି, ବିଭିନ୍ନ କାରଣରୁ ବିଦେଶରେ ସଙ୍କରାପନ୍ନ ଥିବା ୧.୫କୋଟିରୁ ଅଧିକ ନାଗରିକଙ୍କୁ ଉଦ୍ଧାର କରାଯାଇଛି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି, ପ୍ରାଚୀନ ପରମ୍ପରା ଏବଂ ସ୍ଥାନଗୁଡିକ ପୁର୍ନଜୀବିତ କରାଯାଇଛି, ଦେଶର ଅର୍ଥନୀତି ବିଶ୍ୱରେ ୫ମ ବୃହତ ହୋଇପାରିଛି, ୨୭ଟି ଦେଶରେ ଭାରତୀୟ ମୁଦ୍ରାର କାରବାର ଆରମ୍ଭ ହୋଇଛି, ୟୁପିଆର ବ୍ୟବହାର ବିଶ୍ୱବ୍ୟାପୀ ହୋଇପାରିଛି, ପ୍ରତିଦିନ ୨୮କିମି ଜାତୀୟ ରାଜପଥ ଏବଂ ୧୪.୫କିମି ରେଳ ଲାଇନ ନିର୍ମାଣ କରାଯାଉଛି, ୩.୭ଲକ୍ଷ କିମି ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି, ମାନବ ବିହୀନ ରେଳ ଫାଟକଗୁଡିକୁ ହଟାଇ ଦିଆଯାଇଛି, ବନ୍ଦର ଏବଂ ବିମାନବନ୍ଦର କ୍ଷମତା ଦ୍ୱିଗୁଣିତ ହୋଇଛି, ମେଟ୍ରୋ ସେବା ୨୦ରୁ ଅଧିକ ସହରଗୁଡିକୁ ବିସ୍ତାର କରାଯାଇଛି, ଅଣ ଜୀବାସ୍ମ ଇନ୍ଧନ ଶକ୍ତି ୨.୫ଗୁଣା ବୃଦ୍ଧି କରାଯାଇଛି ଓ ଆମେ ଚନ୍ଦ୍ରରେ ଅବତରଣ କରିଛୁ ଭଳି ଅନେକ ତାଲିକା ମୋଦିଜୀଙ୍କ ୧୦ବର୍ଷ ଶାସନରେ ଘଟିଛି । ଏହି ସଂକଳ୍ପପତ୍ରକୁ ଓଡ଼ିଶାରେ ବହୁ ମାତ୍ରାରେ ପ୍ରଚାର ପ୍ରସାର କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
    ଯାହାର କେହି ନାହିଁ, ତା ପାଖରେ ମୋଦି ଗ୍ୟାରେଂଟି ରହିଛି । ସମଗ୍ର ଦେଶରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ଏହି ସଂକଳ୍ପ ପତ୍ର ତଥା ମୋଦି ଗ୍ୟାରେଂଟିରୁ ସର୍ବାଧିକ ଲାଭ ପାଇବ ଓଡିଶା ରାଜ୍ୟ । ବିଶେଷ ଭାବେ ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” । ମୋଦିଙ୍କ ଗ୍ୟାରେଂଟି ଦ୍ୱାରା ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି ।
    ରାଜ୍ୟରେ ମୋଦି ଗ୍ୟାରେଂଟି ପ୍ରତି ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି । ଓଡିଶାରେ ବିଜେପିର ସରକାର ଗଠନ ହେବ ଏବଂ ପ୍ରତ୍ୟେକ ଓଡିଶାବାସୀ ମୋଦି ଗ୍ୟାରେଂଟିର ଲାଭବାନ ହେବେ । ଓଡିଶାର ସାମୁହିକ ବିକାଶ ହେବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
    ଏହି କାର୍ଯ୍ୟକ୍ରମରେ ସାଂସଦ ଜୁଏଲ ଓରାମ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମଲ୍ଲିକ, ବରିଷ୍ଠ ନେତା ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    70 %
    1.4kmh
    99 %
    Wed
    36 °
    Thu
    38 °
    Fri
    37 °
    Sat
    39 °
    Sun
    38 °

    ସମ୍ବନ୍ଧିତ