Saturday, October 10, 2026
24.5 C
Odisha

    ନକ୍ସଲଙ୍କ ପ୍ରେସରବୋମା ବିସ୍ଫୋରଣରେ ଗ୍ରାମବାସୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଂଗଲରେ ଖଞ୍ଜିଥିବା ବୋମା ବିସ୍ଫୋରଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅଂଚଳର ମୁତବେଣ୍ଡି ଜଂଗଲରେ ଗଡିଆ କାବାସୀ ନାମକ ଜଣେ ୧୮ ବର୍ଷର ଯୁବକ ଜଂଗଲକୁ କୌଣସି କାମରେ ଯାଇଥିଲା। ତେବେ ଜଂଗଲରେ ନକ୍ସଲ ଖଞ୍ଜିଥିବା ପ୍ରେସର ବୋମା ଉପରେ ଗଡିଆର ପାଦ ପଡିବା ପରେ ଏହା ବିସ୍ଫୋରଣ ଘଟିଥିଲା। ଯାହାଫଳରେ ଯୁବକ ଜଣକ ଘଟଣାସ୍ଥଳରେ ହିଁ ଗୁରୁତର ଆହତ ହୋଇଥିଲେ। ପରେ ଗ୍ରାମବାସୀଙ୍କ ଦ୍ବାରା ସ୍ଥାନୀୟ ମେଡିକାଲ ନେବା ବେଳକୁ ତାର ମୃତ୍ୟୁ ଘଟିଥିଲା ।
    ଗତ ୧୬ ତାରିଖରେ ଘଟିଥିବା ପୁଲିସ ଏନକାଉଣ୍ଟରରେ ୨୯ ଜଣ ନକ୍ସଲଙ୍କ ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଛି। ତେଣୁ ନକ୍ସଲ ଏକ ପ୍ରକାର ଘାଇଲା ବାଘ ଭଳି ହୋଇଛନ୍ତି। ଜଂଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲରେ ବିଭିନ୍ନ ପ୍ରକାର ମୃତ୍ୟୁର ଯନ୍ତା ତିଆରି କରିଛନ୍ତି।ତେବେ ଏହି ଯନ୍ତାରେ ଗ୍ରାମବାସୀ ଫସି ମୃତ୍ୟୁବରଣ କରୁଛନ୍ତି। ବିଜାପୁର ଏସପି ଯିତେନ୍ଦ୍ର ଯାଦବ ଏହି ଘଟଣାର ସ୍ପଷ୍ଟୀକରଣ ଦେଇଛନ୍ତି। ନକ୍ସଲ ଏଭଳି ନିରୀହ ଲୋକଙ୍କୁ ମାରୁଥିବା ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ